୨୦୨୩ ବିଶ୍ବକପ୍‌ ଫାଇନାଲ୍‌ ପରେ କ୍ରିକେଟ୍ ଛାଡ଼ିବେ ଫିଞ୍ଚ୍

Advertisment
ଅଧିନାୟକ ଫିଞ୍ଚ୍‌ ଛାଡ଼ିଦେଲେ ଦିନିକିଆ କ୍ରିକେଟ୍‌

OrissaPOST

ମେଲ୍‌ବର୍ନ: କରୋନା ମହାମାରୀ ବାଧ୍ୟତାମୂଳକ ବିରତି ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ତାଙ୍କ ଖେଳ ଜୀବନର ପୁନଃମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଛି। ଏବେ ସେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା ଲାଗି ଲକ୍ଷ୍ୟ ରଖିଛନ୍ତି। ୨୦୨୩ ବିଶ୍ୱକପ୍‌ ଫାଇନାଲ ସହ ‌ନିଜ ଖେଳ ଜୀବନ ଶେଷ କରିବାକୁ ଆଶା ରଖିଥିବା ଫିଞ୍ଚ୍‌ ଏକ ସାକ୍ଷାତକାରରେ ଆଭାସ ଦେଇଛନ୍ତି।

ଏହି ପର୍ଯ୍ୟାୟରେ ମୋର ଶେଷ ତାରିଖ ହେଉଛି ଭାରତରେ ୨୦୨୩ ବିଶ୍ୱକପ୍ ଫାଇନାଲ୍। ଏହା ମୋର ଲକ୍ଷ୍ୟ ଏବଂ ମୁଁ ଏଥି ଲାଗି କାମ କରୁଛି ବୋଲି ସେ କହିଛନ୍ତି। ପୂର୍ବରୁ ଅବସର ନେବାକୁ ଚିନ୍ତା କରିଥିଲି। ହେଲେ ମୁଁ ଭାବୁଛି ଯେ କରୋନା ମହାମାରୀ ଯୋଗୁଁ ପାଇଥିବା ବିରତି ମୋ ଖେଳ ଜୀବନର ଅବଧିକୁ ବଢ଼ାଇବା ଲାଗି ସାହାଯ୍ୟ କରିଛି। ସେତେବେଳକୁ ମୋତେ ୩୬ ବର୍ଷ ବୟସ ହୋଇଥିବ। ଯଦି ଆଘାତ ସମସ୍ୟା ନଥିବ ଏବଂ ଫର୍ମ ସହ ସବୁକିଛି ଅନୁମତି ଦିଏ ତେବେ ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି। ୩୩ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ୫ ମାସର ବାଧ୍ୟତାମୂଳକ ବିରତି ମୋତେ ନବଜୀବନ ଦେଇଛି। ଏବେ ମୋର ଲକ୍ଷ୍ୟ ଆଇସିସିର ୩ ପ୍ରମୁଖ ପ୍ରତିଯୋଗିତା ୨୦୨୧ ଓ ୨୦୨୨ ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଦଳକୁ ଆଗକୁ ନେବା। କରୋନା ବିରତି ‌ଅନେକ ଲୋକଙ୍କୁ କଷ୍ଟ ଦେଇଛି। କିନ୍ତୁ ‌ଯେଉଁ ଖେଳାଳିମାନେ ୧୦-୧୧ ମାସ ବାହାରେ ରହୁଥିଲେ ସେମାନଙ୍କୁ ସତେଜ କରିଛି। କାରଣ ସେମାନଙ୍କୁ ବିରତି ଆବଶ୍ୟକ ଥିଲା ବେଳେ ଏହା ସାହାଯ୍ୟ କରିଛି ବୋଲି ଫିଞ୍ଚ କହିଛନ୍ତି।

ଆସନ୍ତା ମାସରେ ଅଷ୍ଟ୍ରେଲିଆ ଦଳ ପ୍ରତିଯୋଗିତା ମୂଳକ କ୍ରିକେଟ୍‌କୁ ଫେରିବ। ଏହି ଦଳ ଇଂଲଣ୍ଡ ଗସ୍ତ କରି ‌୩ ଲେଖାଏଁ ଟି-୨୦ ଓ ଦିନିକିଆ ଖେଳିବ। ପ୍ରଥମ ମାସ ପରଠୁ ଆମେ ଲକ୍‌ଡାଉନ୍‌ରେ ଥିଲୁ। କିନ୍ତୁ କେବେ ବି ଖେଳକୁ ଭୁଲିନି। ପ୍ରକୃତରେ ଏହା ମୋ ପାଇଁ ସତର୍କ ଘଣ୍ଟି ଥିଲା। ଭାବୁଥିଲି ଯେ ଏହା ମୋ ଖେଳ ଜୀବନକୁ ଶେଷ କରିଦେବ। ମୁଁ ଅବସର ନେବି କି? କାରଣ ୩୨ ଦିନ ଧରି କୌଣସି ଅଭ୍ୟାସ କରୁନଥିଲି। ଏବେ ମୁଁ ଫେରିବାକୁ ପ୍ରସ୍ତୁତ ଅଛି। ପୁଣି ଖେଳିବା ଲାଗି ଉତ୍ସାହିତ ଅଛି। ଦୀର୍ଘ ୫ ମାସ ହୋଇଗଲାଣି। ହେଲେ ୩ ମାସ ପରେ ସମସ୍ତ ଖେଳାଳି ପଡ଼ିଆକୁ ଫେରିବାକୁ ଇଚ୍ଛୁକ ଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe