କର୍ଣ୍ଣାଟକ ବିପକ୍ଷ ରଣଜୀ ମୁକାବିଲାର ବିଜୟଙ୍କୁ ଜରିମାନା

Advertisment
କର୍ଣ୍ଣାଟକ ବିପକ୍ଷ ରଣଜୀ ମୁକାବିଲାର ବିଜୟଙ୍କୁ ଜରିମାନା

india today

ଡିଣ୍ଡିଗୁଲ: କର୍ଣ୍ଣାଟକ ବିପକ୍ଷ ରଣଜୀ ମୁକାବିଲାର ପ୍ରଥମ ଦିନରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ତାମିଲନାଡ଼ୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଏଥିଲାଗି ତାଙ୍କ ମ୍ୟାଚ୍ ପାଉଣାର ୧୦ ପ୍ରତିଶତ କଟିଛି। ଏହି ଘଟଣା କର୍ଣ୍ଣାଟକ ପାଳିର ୭୦ତମ ଓଭରରେ ଘଟିଥିଲା। ପବନ ‌ଦେଶପାଣ୍ଡେଙ୍କ ବିପକ୍ଷରେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ କରିଥିବା ଲଗାତାର ଦୁଇଟି ଅପିଲକୁ ଅମ୍ପାୟାର ନିତିନ ପଣ୍ଡିତ ଖାରଜ କରିବା ପରେ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିବା ବିଜୟ ନିଜ ଟୋପି ଖୋଲି ପିଚ୍ ମଝିକୁ ଚାଲି ଯାଇଥିଲେ। ‌ଲେଗ୍ ଅମ୍ପାୟାର ଅନିଲ ଦଣ୍ଡେକରଙ୍କ ହସ୍ତକ୍ଷେପ ପରେ ଯାଇ ସେ ଶାନ୍ତ ପଡ଼ିଥିଲେ। ଅମ୍ପାୟାର ଏହି ଘଟଣା ଜଣାଇବା ପରେ ମ୍ୟାଚ୍ ରେଫରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାମିଲନାଡ଼ୁ ପ୍ରଶିକ୍ଷକ ଡି ବାସୁ ଏହା ପରେ ଘରୋଇ କ୍ରିକେଟରେ ମଧ୍ୟ ଡିଆରଏସ୍ ବ୍ୟବସ୍ଥା ଲାଗୁ କରିବାକୁ ଆହ୍ବାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe