‘ଫିନିସର୍‌’ ଦୀନେଶ କାର୍ତ୍ତିକ ଫେରିବେ ଭାରତୀୟ ଦଳକୁ!

‘ଫିନିସର୍‌’ ଦୀନେଶ କାର୍ତ୍ତିକ ଫେରିବେ ଭାରତୀୟ ଦଳକୁ!

DNA India

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଚମତ୍କାର ଫର୍ମରେ ଥିବା ୱିକେଟ୍‌ରକ୍ଷକ ବ୍ୟାଟର୍‌ ଦୀନେଶ କାର୍ତ୍ତିକ ପ୍ରତି ଦଳର ଡେଥ୍‌ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। କେବଳ ଦ୍ରୁତ ରନ୍‌ ନୁହେଁ କାର୍ତ୍ତିକଙ୍କ ଫିନିସର ଭୂମିକା ଆର୍‌ସିବିର ସଫଳ ଯାତ୍ରାକୁ ଆଗକୁ ନେଇଛି। ୧୨ ମ୍ୟାଚ୍‌ରୁ ୨୦୨ ଷ୍ଟ୍ରାଇକ୍ ରେଟ୍‌ ଓ ୬୮.୫୦ ହାରାହାରିରେ ମୋଟ ୨୭୪ ରନ୍ ସଂଗ୍ରହ କରିଛନ୍ତି। ସର୍ବୋଚ୍ଚ ପାଳି ୩୪ ବଲରୁ ୬୬* ରନ୍‌ ରହିଛି। ସଦ୍ୟତମ ପାଳି ଭାବେ ରବିବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୮ ବଲ୍‌ରୁ ୩୦* ରନ୍‌ କରିଥିଲେ। ମୋଟ ୪ ଥର ଅପରାଜିତ ରହିଛନ୍ତି। ଏହି କାରଣରୁ କାର୍ତ୍ତିକଙ୍କୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳରେ ଫିନିସର୍‌ ଭୂମିକା ମିଳିବ ବୋଲି ଅନେକ ଆଶା ରଖିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଆଗରୁ ଭାରତୀୟ ଦଳରୁ‌‌ ଖେଳିଥିବା କାର୍ତ୍ତିକ ୨୦୦୪ରେ ପଦାର୍ପଣ କରିଥିଲେ। ଏକାଧିକ ଥର ଭାରତୀୟ ଦଳକୁ‌ ଫେରିଥିବା ଏହି ୱିକେଟ୍‌ରକ୍ଷକ ବ୍ୟାଟର୍‌ ଏବେ କିନ୍ତୁ ଜବରଦସ୍ତ ଫର୍ମରେ ରହିଥିବାରୁ ପୁଣି ଥରେ ପ୍ରତ୍ୟାବର୍ତନ ସ୍ବର ଉଠିଛି। ତେବେ ଭାରତୀୟ ଦଳର ସମନ୍ବୟ ଏବଂ ଋଷଭ ପନ୍ତ୍‌ଙ୍କ ଉପସ୍ଥିତି କାରଣରୁ କାର୍ତ୍ତିକଙ୍କ ଲେଉଟାଣି କେତେ ସମ୍ଭବ ସମୟ କହିବ। ଭାରତୀୟ ଦଳରୁ କାର୍ତ୍ତିକ ୨୬ ଟେଷ୍ଟ୍, ୯୪ ଦିନିକିଆ ଏବଂ ୩୨ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe