କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରି ଫସିଲେ ପହିଲମାନ

Advertisment
କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରି ଫସିଲେ ପହିଲମାନ

Deccan Herald

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ସାରା ଦେଶରେ ଜୋରଦାର ପ୍ରଚାର ଚାଲିଛି । ଆଉ ଏହାରି ଭିତରେ କଂଗ୍ରେସ ପାଇଁ ପ୍ରଚାର କରି ପହିଲମାନ ନରସିଂହ ଯାଦବ ଅଡ଼ୁଆରେ ପଡିଛନ୍ତି । ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଅଲମ୍ପିଆନ୍‌ ନରସିଂହ ଯାଦବଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ନରସିଂହ ଏବେ ମହାରାଷ୍ଟ୍ର ପୁଲିସରେ ଆସିଷ୍ଟାଣ୍ଟ କମିସନର ପଦରେ ନିଯୁକ୍ତ ଥିବା ବେଳେ ପୂର୍ବରୁ ସେ ଅଲମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରି ସାରିଛନ୍ତି ।

publive-image Hindustan Times

ସୂଚନା ମୁତାବକ, ଏପ୍ରିଲ ୨୨ରେ ଅମ୍ବୋଲି ପୁଲିସ ନରସିଂହଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।ରବିବାର ନରସିଂହ କଂଗ୍ରେସ ନେତା ତଥା ମୁମ୍ବାଇର ଉତ୍ତର-ପଶ୍ଚିମରୁ ଦଳୀୟ ପ୍ରାର୍ଥୀ ଥିବା ସଞ୍ଜୟ ନିରୁପମଙ୍କ ସହ ମିଶି ପ୍ରଚାର କରିଥିବାର ଦେଖା ଯାଇଥିଲା, ଯାହା ପରେ ପରେ ଏ ନେଇ ପୁଲିସ ସୋମବାର ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe