ଭାରତୀୟ ଯୋଡ଼ିଙ୍କୁ ପ୍ରଥମ ଏଟିପି ମୁକୁଟ

ଭାରତୀୟ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଜୀବନ ନେଦୁଞ୍ଚେଝିୟାନ୍‌ ଓ ବିଜୟ ସୁନ୍ଦର ପ୍ରଶାନ୍ତ ଏକାଠି ପ୍ରଥମ ଏଟିପି ମୁକୁଟ କରାୟତ୍ତ କରିଛନ୍ତି। ଏହିଯୋଡ଼ି ହାଙ୍ଗଝୌ ଓପନ୍‌ରେ ପୁରୁଷ ଯୁଗଳ ଟ୍ରଫି ହାତେଇଛନ୍ତି।

jgdjgjgg

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଜୀବନ ନେଦୁଞ୍ଚେଝିୟାନ୍‌ ଓ ବିଜୟ ସୁନ୍ଦର ପ୍ରଶାନ୍ତ ଏକାଠି ପ୍ରଥମ ଏଟିପି ମୁକୁଟ କରାୟତ୍ତ କରିଛନ୍ତି। ଏହିଯୋଡ଼ି ହାଙ୍ଗଝୌ ଓପନ୍‌ରେ ପୁରୁଷ ଯୁଗଳ ଟ୍ରଫି ହାତେଇଛନ୍ତି। ମଙ୍ଗଳବାର ଫାଇନାଲ୍‌ରେ ଭାରତୀୟ ଯୋଡ଼ି ୪-୬, ୭-୬, ୧୦-୭ ସେଟ୍‌ରେ ଜର୍ମାନୀର କନ୍‌ଷ୍ଟାନ୍‌ଟିନ୍‌ ଫ୍ରାଞ୍ଜେନ ଓ ହାର୍ଦିକ ଜେବେନ୍ସଙ୍କୁ ମାତ୍‌ ଦେଇଥିଲେ। ୩୫ ବର୍ଷୀୟ ଜୀବନଙ୍କ ଏହା ଦ୍ବିତୀୟ ଏଟିପି ଟୁର୍‌ ମୁକୁଟ। ପୂର୍ବରୁ ସେ ୨୦୧୭ରେ ରୋହନ ବୋପାନ୍ନାଙ୍କ ସହ ଚେନ୍ନାଇ ଓପନ୍‌ ଜିତିଥିଲେ। ଅନ୍ୟପକ୍ଷରେ ବିଜୟଙ୍କ ଏହା ପ୍ରଥମ ଏଟିପି ଟୁର୍‌ ଟ୍ରଫି। 

ଅନ୍ୟପକ୍ଷରେ ଚେଙ୍ଗ୍‌ଡୁ ଓପନ୍‌ରେ ଭାରତର ୟୁକି ଭାମ୍ବ୍ରି ଓ ତାଙ୍କ ଫ୍ରାନ୍ସ ସାଥୀ ଅଲ୍‌ବାନୋ ଓଲିଭେଟି ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ମଙ୍ଗଳବାର ଫାଇନାଲ୍‌ରେ ଭାରତ-ଫ୍ରାନ୍ସ ଯୋଡ଼ି ୪-୬, ୬-୪, ୪-୧୦ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଫ୍ରାନ୍ସ ଯୋଡ଼ି ସ‌ାଡିଓ ଡୌମ୍ବିୟା ଓ ଫାବିଏନ୍‌ ରେବୌଲଙ୍କଠୁ ହାରି ଯାଇଥିଲେ। ‌ତେବେ ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ଏକକ ଖେଳାଳି ସୁମିତ ନଗଲ ବେଜିଂ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରେ ହାରି ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ବିଶ୍ବର ୮୩ ନମ୍ବର ନଗଲ ୨-୬, ୬-୭ ସେଟ୍‌ରେ ବିଶ୍ବର ୬୩ ନମ୍ବର ରୁଷିଆର ପାଭେଲ କୋଟୋଭଙ୍କଠୁ ପରାଜିତ ହୋଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe