ବିଶ୍ବକପ୍‌ରେ ପ୍ରଥମ କରୋନା ପଜିଟିଭ୍‌

Advertisment
ବିଶ୍ବକପ୍‌ରେ ପ୍ରଥମ କରୋନା ପଜିଟିଭ୍‌

BBC

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଅବସରରେ ଶୁକ୍ରବାର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ‌ର ସାମାଜିକ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ କର୍ମଚାରୀ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ମିଡିଆ ସେଣ୍ଟରରୁ ବ୍ୟକ୍ତି ଜଣକ ରହି ବିଭାଗ‌ର ସାମାଜିକ ଗଣମାଧ୍ୟମରେ ମ୍ୟାଚ୍‌ ଖବର ଅପ୍‌ଡେଟ୍‌ କରୁଥିଲେ। ତେଣୁ ଶୁକ୍ରବାର ମିଡିଆ ସେଣ୍ଟରରେ ବସୁଥିବା ଏହି ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ଥିବା ଖବର ଜଣାପଡ଼ିବା ପରେ ଏଠାରେ କାର୍ଯ୍ୟ କରୁଥିବା ଅନ୍ୟ ସାମ୍ବାଦିକଙ୍କ ମନରେ ଭୟର ବତାବରଣ ସୃଷ୍ଟି ହୋଇଛି।

ଜୈବବଳୟ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କର ପ୍ରତି ୪୮ ଘଣ୍ଟା ବ୍ୟବଧାନରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଉଛି। ଏହି ପରୀକ୍ଷାରୁ ହିଁ ବ୍ୟକ୍ତି ଜଣଙ୍କର ପଜିଟିଭ୍‌ ଥିବା ସ୍ପଷ୍ଟ ହୋଇଥିଲା। କରୋନାକୁ ‌ନେଇ ସରକାର ସବୁଆଡ଼େ କଟକଣା ଲଗାଉଥିଲା ବେଳେ ଏଠାରେ ସେମିତି କଟକଣା ଥିବା ଜଣାପଡ଼ୁନି। ବିନା ଦର୍ଶକରେ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଦର୍ଶକ ଗ୍ୟାଲେରିରେ ଭିଡ଼ ଦେଖାଯାଉଛି।

ଏଥିପାଇଁ କରୋନା ପଜିଟିଭ୍‌ ଆସିଥିବା ଆଲୋଚନା ହେଉଛି। ‌ପଜିଟିଭ୍‌ ବାହାରିବା ପରେ ଶୁକ୍ରବାରର ସେମିଫାଇନାଲ୍‌ ପୂର୍ବରୁ ସାମ୍ବାଦିକମାନଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରିଦିଆଯାଇଛି। ଯେଉଁମାନେ ପରୀକ୍ଷା କରିବେ ନାହିଁ ସେମାନଙ୍କୁ ମିଡିଆ ସେଣ୍ଟର ମଧ୍ୟକୁ ପ୍ରବେଶ ଅନୁମତି ମିଳିବନି ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି। ମିଡିଆ ସେଣ୍ଟରକୁ ସାନିଟାଇଜ୍‌ କରାଯାଉଛି। ସୂଚନାଯୋଗ୍ୟ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରବିବାର ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe