ଆଇପିଏଲ୍‌ ୧୧: ପ୍ରଥମ ଦିନରେ ନିଲାମ ହେଲେ ୭୮ ଖେଳାଳି

Advertisment

୩୯ ଭାରତୀୟ ଓ ୩୯ ବିଦେଶୀ ଖେଳାଳିଙ୍କ ପାଇଁ ଧନ ବର୍ଷା

୩୯ ଭାରତୀୟ ଓ ୩୯ ବିଦେଶୀ ଖେଳାଳିଙ୍କ ପାଇଁ ଧନ ବର୍ଷା

ଆଇପିଏଲ୍‌ ୧୧: ପ୍ରଥମ ଦିନରେ ନିଲାମ ହେଲେ ୭୮ ଖେଳାଳି

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୧ତମ ସଂସ୍କରଣ ପାଇଁ ଶନିବାର ବେଙ୍ଗାଲୁରୁରେ ନିଲାମୀ ହୋଇଛି। ଅନେକ ଖେଳାଳିଙ୍କ ପାଇଁ ଧନ ବର୍ଷା ହୋଇଥିବା ବେଳେ କିଛି ଖେଳାଳିଙ୍କୁ ଉପଯୁକ୍ତ ବେସ ପ୍ରାଇସ ମିଳି ନାହିଁ। ନିଲାମ ପ୍ରକ୍ରିୟାରେ କୋଲକାତା ନାଇଟ୍‌ ରାଇଡରର୍ସ, ଦିଲ୍ଲୀ ଡେୟାରଡେଭିଲସ୍‌, ମୁମ୍ବାଇ ଇଣ୍ଡିଆନସ୍‌, ଚେନ୍ନାଇ ସୁପରକିଙ୍ଗସ୍‌, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍‌ ରାଇଜର ହ୍ରାଇଦ୍ରାବାଦ, ରାଜସ୍ଥାନ ରୋୟାଲସ୍‌ ଓ କିଙ୍ଗ ଏକସ୍‌ଆଇ ପଞ୍ଜାବର ମୁଖ୍ୟମାନେ ଭାଗନେଇ ଖେଳାଳିମାନଙ୍କୁ ନିଲାମ କରିଛନ୍ତି। ୨ ଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୭୮ ଜଣ ଖେଳାଳି ନିଲାମ ହୋଇଥିବା ବେଳେ ଏଥିରୁ ୩୮ ଜଣ ହେଉଛନ୍ତି ଭାରତୀୟ।

publive-image

୭୮ ଜଣ ଖେଳାଳିଙ୍କ ମଧ୍ୟରୁ ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳି। ତାଙ୍କୁ କିଣିଛି ରାଜସ୍ଥାନ ରୟାଲସ୍‌, ବେନ୍‌ ଷ୍ଟୋକକୁ ରାଜସ୍ଥାନ ୧୨.୫ କୋଟି ଟଙ୍କାରେ କିଣିଛି। ଷ୍ଟୋକଙ୍କ ତଳକୁ ରହିଛନ୍ତି ଭାରତର ଯୁବ କ୍ରିକେଟର ମନୀଷ ପାଣ୍ଡେ ଓ ଲୋକେଶ ରାହୁଲ। ରାହୁଲଙ୍କୁ ପଞ୍ଜାବ କିଣିଥିବା ବେଳେ ହାଇଦ୍ରାବାଦ ଟିମ୍‌ରେ ଖେଳିବେ ମନୀଷ ପାଣ୍ଡେ। ଉଭୟ ଖେଳାଳିଙ୍କ ମୂଲ୍ୟ ୧୧-୧୧ କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe