ସନ୍ତରଣରୁ ପ୍ରଥମ ସ୍ବର୍ଣ୍ଣ, ଦିବ୍ୟଙ୍କାଙ୍କୁ କାଂସ୍ୟ

Advertisment

ଚଳିତ ୩୮ତମ ଜାତୀୟ କ୍ରୀଡ଼ାର ସନ୍ତରଣରେ ଓଡ଼ିଶାର ପଦକ ଅମଳ ଜାରି ରହିଛି। ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ, ୨ କାଂସ୍ୟ ଜିତି ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଛି। ବୁଧବାର ଏହି ଇଭେଣ୍ଟ୍‌ରୁ ଓଡ଼ିଶାକୁ ପ୍ରଥମ ପଦକ ମିଳିଥିଲା...

ଚଳିତ ୩୮ତମ ଜାତୀୟ କ୍ରୀଡ଼ାର ସନ୍ତରଣରେ ଓଡ଼ିଶାର ପଦକ ଅମଳ ଜାରି ରହିଛି। ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ, ୨ କାଂସ୍ୟ ଜିତି ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଛି। ବୁଧବାର ଏହି ଇଭେଣ୍ଟ୍‌ରୁ ଓଡ଼ିଶାକୁ ପ୍ରଥମ ପଦକ ମିଳିଥିଲା...

sfsfsfc

ଭୁବନେଶ୍ବର: ଚଳିତ ୩୮ତମ ଜାତୀୟ କ୍ରୀଡ଼ାର ସନ୍ତରଣରେ ଓଡ଼ିଶାର ପଦକ ଅମଳ ଜାରି ରହିଛି। ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ, ୨ କାଂସ୍ୟ ଜିତି ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଛି। ବୁଧବାର ଏହି ଇଭେଣ୍ଟ୍‌ରୁ ଓଡ଼ିଶାକୁ ପ୍ରଥମ ପଦକ ମିଳିଥିଲା ବେଳେ ଗୁରୁବାର ପ୍ରଥମ ସ୍ବର୍ଣ୍ଣ ଭେଟି ‌ଦେଇଛି ଏହି ଖେଳ। ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନଙ୍କୁ ନେଇ ଗଠିତ ମହିଳା ୪ଗୁଣା ୧୦୦ ମିଟର ମିଡ୍‌ଲେ ରିଲେ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଦଳରେ ଥିବା ଦିବ୍ୟଙ୍କା ବ୍ୟକ୍ତିଗତ ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ବୁଧବାର ସୃ‌ଷ୍ଟି ମହିଳା ୧୦୦ ମିଟର ବଟର ଫ୍ଲାଏରେ କାଂସ୍ୟ ପାଇଥିଲେ। 

ଉତ୍ତରାଖଣ୍ଡର ଡେରାଡୁନଠାରେ ଗୁରୁବାର ଭାରତୀୟ ରିଲେ ଦଳ ୪ ମିନିଟ୍‌ ୩୦.୦୯ ସେକେଣ୍ଡ୍‌ରେ ରେସ୍‌ ଶେ‌ଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହା ପଛକୁ ମହାରାଷ୍ଟ୍ର (୪:୩୧.୨୯) ଓ କର୍ଣ୍ଣାଟକ (୪:୩୧.୬୨) ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଦିବ୍ୟଙ୍କା (୨:୪୫.୫୬) ତୃତୀୟ ସ୍ଥାନରେ ରହିଥିଲା ବେଳେ କେରଳର ହର୍ଷିତା ଜୟରାମ (୨:୪୨.୩୮) ସ୍ବର୍ଣ୍ଣ ଏବଂ ତାମିଲନାଡ଼ୁର ଶ୍ରୀନିଥି ନାତେସାନ (୨:୪୨.୪୪) ରୌପ୍ୟ ଜିତିଛନ୍ତି। ମହିଳା ୪୦୦ ମିଟର ମିଡ୍‌ଲେ ଫାଇନାଲ୍‌ରେ ପହଞ୍ଚିଥିବା ଓଡ଼ିଶାର ପ୍ରତ୍ୟାଶା ରାୟ (୫:୫୬.୯୪) ୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶେଷ ସ୍ଥାନରେ ରହିଥିଲେ। ରଗ୍‌ବିରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଅପରାଜେୟ ଧାରା ଜାରି ରଖି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ଗୁରୁବାର ପୁରୁଷ କ୍ବାର୍ଟରଫାଇନାଲ୍‌ରେ ଓଡ଼ିଶା ୩୬-୦ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ସେହିଭଳି ମହିଳା ଦଳ ୫୪-୦ରେ ତାମିଲନାଡ଼ୁକୁ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe