ଇତିହାସରେ ପ୍ରଥମ: ନୌଚାଳନାରେ ୪ ଭାରତୀୟଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା

Advertisment
ଇତିହାସରେ ପ୍ରଥମ: ନୌଚାଳନାରେ ୪ ଭାରତୀୟଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ଚଳିତ ବର୍ଷ ଆୟୋଜିତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସକୁ ୪ ଭାରତୀୟ ନୌଚାଳକ ଯୋଗ୍ୟତା ଅର୍ଜନ କରିଛନ୍ତି। ଯାହା ଭାରତ ପାଇଁ ଇତିହାସରେ ପ୍ରଥମ। ଓମାନରେ ଆୟୋଜିତ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ନେତ୍ରା କୁମାନନ୍‌, ବିଷ୍ଣୁ ସରବାନନ୍‌ ଏବଂ ଗଣପତି ଚେଙ୍ଗାପ୍ପା ଓ ବରୁଣ ଠାକ୍କର ଯୋଡ଼ି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଟୋକିଓ ଟିକେଟ୍‌ ହାସଲ କରିଥିଲେ। ବୁଧବାର ଲେଜର ରାଡିଆଲ୍‌ରେ ନେତ୍ରା ୩୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ଅଲିମ୍ପିକ୍ସ ଟିକେଟ୍‌ କରାୟତ୍ତ କରିଥିଲେ। ଏଥିସହ ନୌଚାଳନାରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ ନେତ୍ରା ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ଗୁରୁବାର ବିଷ୍ଣୁ ଲେଜର ଷ୍ଟାଣ୍ଡାର୍ଡ କ୍ଲାସ୍‌ରେ ଦ୍ବିତୀୟ ସ୍ଥାନରେ ରହି ଅଲିମ୍ପିକ୍ସ ଯୋଗ୍ୟତା ନିଶ୍ଚିତ କରିଥିଲେ। ସେହିଭଳି ଗଣପତି ଓ ବରୁଣ ଯୋଡ଼ି ୪୯ଇଆର୍‌ କ୍ଲାସ୍‌ ପଏଣ୍ଟ୍ ଟେବୁଲର ‌ଶୀର୍ଷରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe