ଭାରତରେ ପ୍ରଥମ; କ୍ରୀଡ଼ା ପରିଚାଳନାରେ ଇଣ୍ଡୋ-ଫ୍ରେଞ୍ଚ ଦ୍ବୈତ ଡିଗ୍ରିର ଶୁଭାରମ୍ଭ

Advertisment
ଭାରତରେ ପ୍ରଥମ; କ୍ରୀଡ଼ା ପରିଚାଳନାରେ ଇଣ୍ଡୋ-ଫ୍ରେଞ୍ଚ ଦ୍ବୈତ ଡିଗ୍ରିର ଶୁଭାରମ୍ଭ

ଭୁବନେଶ୍ବର : ଭାରତରେ ପ୍ରଥମ ଥର ଲାଗି କ୍ରୀଡ଼ା ପରିଚାଳନାରେ ଇଣ୍ଡୋ-ଫ୍ରେଞ୍ଚ ଦ୍ବୈତ ଡିଗ୍ରିର ଶୁଭାରମ୍ଭ ଜାଭିୟର ଏମଲିୟନ ବିଜିନେସ୍‌ ସ୍କୁଲ (ଏକ୍ସଇବିଏସ୍‌) ଆରମ୍ଭ କରିଛି। ଏହି ଡିଗ୍ରି ପାଠ୍ୟକ୍ରମ ଏକ୍ସଇବିଏସ୍‌ ଆଲୁୱାଲିଆ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଇନ୍‌ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ୍‌ (ଏକ୍ସଇବିଏସ୍‌ ସିଇଏସ୍‌ଏମ୍‌)ର ତତ୍ତ୍ବାବଧାନରେ ଉନ୍ମୋଚନ ହୋଇଛି। କ୍ରୀଡ଼ା ଶିଳ୍ପ ପରିଚାଳନା ବିଷୟବସ୍ତୁକୁ ଭୁବନେଶ୍ବରସ୍ଥିତ ଜାଭିୟର ୟୁନିଭରସିଟିରେ ଏମ୍‌ବିଏ ଡିଗ୍ରି ଏବଂ ଫ୍ରାନ୍ସର ଏମଲିୟନ ବିଜିନେସ୍‌ ସ୍କୁଲରେ ଏମ୍‌ଏସ୍‌ସି ଡିଗ୍ରିରେ ସାମିଲ କରାଯାଇଛି। ଏହି ଦ୍ବୈତ ଡିଗ୍ରିର ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଭାରତର ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ ଲେନୈନ, କ୍ରୀଡ଼ା ସଚିବ ବିଶାଳ ଦେବ, କନସୁଲ୍ ଜେନେରାଲ୍ ଓ କଲିକତାରେ ଫ୍ରାନ୍ସର କନସୁଲେଟ୍ ଜେନେରାଲ୍ ଭିର୍ଗିନି କୋର୍ଟେଭାଲ, ଓଡ଼ିଶା ରାଜ୍ୟ ହକି ପ୍ରୋତ୍ସାହନ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି, ଏକାଡେମିକ ଓ ବୈଜ୍ଞାନିକ ସହଯୋଗୀ ଏମିଲିଆ କାର୍ଟିର ଯୋଗଦେଇଥିଲେ। ଏକ୍ସଇବିଏସ୍‌ ବୋର୍ଡ ସଦସ୍ୟ, ଅଧ୍ୟାପକ ଏବଂ ଛାତ୍ରମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe