ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା ମାନା ପ୍ରଥମ ଭାରତୀୟ ମହିଳା

Advertisment

ଟୋକିଓ ପାରାଲିମ୍ପିକ୍ସରେ ତ୍ରିରଙ୍ଗା ଧରିବେ ଥାଙ୍ଗାଭେଲୁ

ଟୋକିଓ ପାରାଲିମ୍ପିକ୍ସରେ ତ୍ରିରଙ୍ଗା ଧରିବେ ଥାଙ୍ଗାଭେଲୁ

ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା ମାନା ପ୍ରଥମ ଭାରତୀୟ ମହିଳା

ନୂଆଦିଲ୍ଲୀ : ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ‘ୟୁନିଭରସାଲିଟି କୋଟା’ରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ବୋଲି ଭାରତୀୟ ସନ୍ତରଣ ମହାସଂଘ (ଏସ୍‌ଏଫ୍‌ଆଇ) ସୂଚନା ଦେଇଛି। ସେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଭାଗନେବେ। ଫଳରେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ଏବଂ ତୃତୀୟ ଭାରତୀୟ ସନ୍ତରଣକାରୀ ଭାବେ ଅଂଶଗ୍ରହଣ କରିବେ। ତାଙ୍କ ପୂର୍ବରୁ ନିକଟରେ ଅଲିମ୍ପିକ୍ସ ଯୋଗ୍ୟତା ସମୟ ‘ଏ‌’ ଲେଭଲ ଛୁଇଁଥିବା ଶ୍ରୀହରି ନଟରାଜନ ଓ ସାଜନ ପ୍ରକାଶ ଟୋକିଓ ଟିକେଟ୍‌ ହାସଲ କରିଥି‌ଲେ। ମାନା ଯୋଗ୍ୟତା ଅର୍ଜନ କରିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୧ ବର୍ଷୀୟା ମାନା ୨୦୧୯ରେ ପାଦ ଗଣ୍ଠି‌ ଆଘାତ ଜନିତ କାରଣରୁ କିଛି ଦିନ ସନ୍ତରଣରୁ ଦୂରେଇ ରହିଥିଲେ। ଚଳିତ ବର୍ଷ ସେ ସୁଇମିଂ ପୁଲ୍‌କୁ ଫେରିଥିଲେ। ଏପ୍ରିଲ୍‌ରେ ଅନୁଷ୍ଠିତ ଉଜ୍‌ବେକିସ୍ତାନ ଓପନ ସନ୍ତରଣରେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।

publive-image

ଟୋକିଓ ପାରାଲିମ୍ପିକ୍ସରେ ତ୍ରିରଙ୍ଗା ଧରିବେ ଥାଙ୍ଗାଭେଲୁ
ନୂଆଦିଲ୍ଲୀ : ଦିବ୍ୟାଙ୍ଗ ଉଚ୍ଚ ଡିଆଁ ଖେଳାଳି ମାରିୟାପାନ ଥାଙ୍ଗାଭେଲୁ ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଥିବା ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳ ପକ୍ଷରୁ ତ୍ରିରଙ୍ଗା ଧରିବେ। ଥାଙ୍ଗାଭେଲୁ ୨୦୧୬ ରିଓ ପାରାଲିମ୍ପିକ୍ସ ଟି-୪୨ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଲାଗି ଥାଙ୍ଗାଭେଲୁଙ୍କୁ ସମ୍ମାନ ଦେବାକୁ ଯାଇ ଭାରତୀୟ ପାରାଲିମ୍ପିକ୍ସ ସମିତି (ପିସିଆଇ) ଏଭଳି ନିଷ୍ପତ୍ତି ନେଇଛି। ଶୁକ୍ରବାର ଅନୁ‌ଷ୍ଠିତ କାର୍ଯ୍ୟନିର୍ବାହୀ ସମିତି ‌ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ବୋଲି ପାରା-ଆଥ୍‌ଲେଟିକ୍ସ ଅଧ୍ୟକ୍ଷ ଆର୍‌ ସତ୍ୟନାରାୟଣ କହିଛନ୍ତି। ୨୫ ବର୍ଷୀୟ ଥାଙ୍ଗାଭେଲୁ ଗତ ବର୍ଷ ଖେଳରତ୍ନ ପୁରସ୍କାର ପାଇଥିଲେ। ଦୁବାଇରେ ଆୟୋଜିତ ୨୦୧୯ ଆଇପିସି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଟି-୪୨ ଉଚ୍ଚ ଡିଆଁରେ ତୃତୀୟ ସ୍ଥାନରେ ରହି ଟୋକିଓ ଟିକେଟ୍‌ କରାୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe