ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ କରି ଖୁସି ବ୍ୟକ୍ତ କଲେ କୋହଲିଙ୍କ ଭାଇ ବିକାଶ

ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ କରି ଖୁସି ବ୍ୟକ୍ତ କଲେ କୋହଲିଙ୍କ ଭାଇ ବିକାଶ

ମୁମ୍ବାଇ: ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍‌ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି।

ବିକାଶ ସେୟାର୍‌ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟ୍‌ରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ ବାପା ହେବା ପାଇଁ ଓ ବିକାଶଙ୍କୁ ବଡ଼ବାପା ହୋଇଥିବା କାରଣରୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ,  କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିଛି ଦିନ ତଳେ ଅନୁଷ୍କା ବିରାଟଙ୍କ ସହ ଫଟୋ ଟୁଇଟ କରି ଗର୍ଭବତୀ ଥିବା କଥା କହିଥିଲେ। ଗତକାଲି ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପ୍ରସବ ପାଇଁ ଅନୁଷ୍କାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଟୁଇଟ କରି ଜଣାଇଛନ୍ତି ବିରାଟ। ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe