ଭାରତରେ ପ୍ରଥମ ଥର ପେସାଗତ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ମେ ୧ରୁ

ବିଶ୍ବ ମୁଷ୍ଟିଯୁଦ୍ଧ: ଫାଇନାଲ୍‌ରେ ନୀତୁ, ନିଖତ, ଲଭଲିନା, ସ୍ବିଟି

VectorStock

ନୂଆଦିଲ୍ଲୀ : ପ୍ରଥମ ଥର ଭାରତରେ ଦେଖିବାକୁ ମିଳିବ ୟୁଏସ୍‌ଏ ପେସାଗତ ମୁଷ୍ଟିଯୁଦ୍ଧ। ବିଶ୍ବ ମୁଷ୍ଟିଯୁଦ୍ଧ ପରିଷଦ (ଡବ୍ଲୁବିସି) ମେ ୧ ତାରିଖରେ ଜଳନ୍ଧରରେ ଇଣ୍ଡିଆ ଚାମ୍ପିଅନ୍‌ସିପ୍‌ ନାମରେ ଏହି ପ୍ରତିଯୋଗିତା ଆୟୋଜନ କରିବ। ଦୁଇ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଚାନ୍ଦିନୀ ମେହର ଓ ସୁମନ କୁମାରୀଙ୍କ ମଧ୍ୟରେ ଏହି ଲଢ଼େଇ ଅନୁଷ୍ଠିତ ହେବ। ଏଲ୍‌ଜେଡ୍‌ ପ୍ରମୋସନ ଇଣ୍ଡିଆ ଏହାର ପ୍ରାୟୋଜକ ରହିଥିଲା ବେଳେ ଲାଇଟ୍‌ୱେଟ୍‌ ୧୪୦ ଏଲ୍‌ବି ବେଲ୍‌ଟରେ ଏହି ଲଢ଼େଇ ହେବ। ଚାନ୍ଦିନୀ ଓ ସୁମନ ଭାରତର ଏକ ନମ୍ବର ଲାଇଟ୍‌ୱେଟ୍‌ ଓ ଫିଦରୱେଟ୍‌ ବର୍ଗର ମୁଷ୍ଟିଯୋଦ୍ଧା। ଏବେ ଉଭୟ ଏହି ମାଇଲଖୁଣ୍ଟ ବାଉଟ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe