ଫୁଟ୍‌ବଲର୍‌ ମାସ୍କେରାନୋଙ୍କ ଅବସର

ଫୁଟ୍‌ବଲର୍‌ ମାସ୍କେରାନୋଙ୍କ ଅବସର

Marche du Films

ବୁଏନସ ଏୟାର୍ସ: ପୂର୍ବତନ ବାର୍ସିଲୋନା ଖେଳାଳି ତଥା ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ମହାନ୍‌ ଜାଭିୟର ମାସ୍କେରାନୋ ଅବସର ନେଇଛନ୍ତି। ୩୬ ବର୍ଷୀୟ ଏହି ସେଣ୍ଟର ବ୍ୟାକ୍‌ ଖେଳାଳି ୨୦୦୩ରେ ରିଭର ପ୍ଲେଟ୍‌ ପକ୍ଷରୁ କ୍ଲବ୍‌ ଜୀବନ ଆରମ୍ଭ କରିଥିଲେ। ରବିବାର ଏକ ଲିଗ୍‌ ମ୍ୟାଚ୍‌ରେ ତାଙ୍କ ଦଳ ‌ଷ୍ଟୁଡିଆଣ୍ଟ୍ସ ୦-୧ ଗୋଲ୍‌ରେ ଆର୍ଜେଣ୍ଟିନୋସ ଜୁନିୟର୍ସଠୁ ପରାସ୍ତ ହେବା ପରେ ମାସ୍କେରାନୋ ନିଜର ୧୭ ବର୍ଷର ଫୁଟବଲ୍‌ ଜୀବନରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ମାସ୍କେରାନୋ କ୍ଲବ୍‌ ଜୀବନରେ ଦକ୍ଷିଣ ଆମେରିକା ଓ ୟୁରୋପର କିଛି ବଡ଼ କ୍ଲବ୍‌ ସହ ବ୍ରାଜିଲର କୋରିନ୍ଥିଆନ୍ସ, ଇଂଲଣ୍ଡର ଲିଭରପୁଲ ଏବଂ ସ୍ପେନ୍‌ର ବାର୍ସିଲୋନା ପକ୍ଷରୁ ଖେଳିଥିଲେ। ବାର୍ସିଲୋନା ସହ ୮ ବର୍ଷର ସମ୍ପର୍କ ମଧ୍ୟରେ ସେ ୫ ଲା-ଲିଗା ଓ ୨ ଚାମ୍ପିଅନ୍ସ ଲିଗ୍‌ ମୁକୁଟ ସହ ମୋଟ ୧୯ ଟ୍ରଫି ବିଜୟରେ ଭାଗୀଦାର ଥିଲେ। ବାର୍ସିଲୋନା ଛାଡ଼ିବା ପରେ ‌ହେବାଇ ଚାଇନା ଫର୍ଚୁନ ପକ୍ଷରୁ ଖେଳିଥିଲେ। ଚଳିତ ବର୍ଷ ଜାନୁଆରିରେ ସେ ଆର୍ଜେଣ୍ଟିନା ଫେରିଥିଲେ ଏବଂ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଷ୍ଟୁଡିଆଣ୍ଟ୍ସ ସହ ଚୁକ୍ତି କରିଥିଲେ। ୨୦୧୪ ବିଶ୍ବକପ୍‌ରେ ଆର୍ଜେଣ୍ଟିନାକୁ ଫାଇନାଲ୍‌ରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ଦେଶ ପାଇଁ ୪ ବିଶ୍ବକପ୍‌ ଏବଂ ୫ କୋପା ଆମେରିକା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ୨୦୦୪ ଓ ୨୦୦୮ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଆଜେଣ୍ଟିନା ଦଳର ସଦସ୍ୟ ଥିବା ମାସ୍କେରାନୋଙ୍କ ନାମରେ ଦେଶର ସର୍ବାଧିକ ୧୪୭ ମ୍ୟାଚ୍‌ ଖେଳିବା କୀର୍ତ୍ତିମାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe