ଆଇପିଏଲ ୨୦୨୧ ସ୍ଥଗିତ ପରେ ନିଜ ଦେଶକୁ କେମିତି ଫେରିବେ ବିଦେଶୀ ଖେଳାଳି, ଜାଣନ୍ତୁ କେଉଁ ଦେଶରେ ରହିଛି କ'ଣ ନିୟମ

Advertisment
ଆଇପିଏଲ ୨୦୨୧ ସ୍ଥଗିତ ପରେ ନିଜ ଦେଶକୁ କେମିତି ଫେରିବେ ବିଦେଶୀ ଖେଳାଳି, ଜାଣନ୍ତୁ କେଉଁ ଦେଶରେ ରହିଛି କ'ଣ ନିୟମ

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ରେ ଅଂଶଗ୍ରହଣ କରିଥିବା କିଛି ଦଳର ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିସିସିଆଇ ଶେଷରେ ବାଧ୍ୟହୋଇ ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖିଛି | ତେବେ ମ୍ୟାଚ ସ୍ଥଗିତ ହୋଇଥିବାବେଳେ ବିଦେଶୀ ଖେଳାଳିମାନେ କିଭଳି ନିଜ ଦେଶକୁ ଫେରିବେ ସେ ନେଇ ବିସିସିଆଇ ମୁଣ୍ଡରେ ଚିନ୍ତା ପଶିଛି । କାରଣ ୧୪ ଅଷ୍ଟ୍ରେଲୀୟ, ୧୦ ନ୍ୟୁଜିଲାଣ୍ଡ ଏବଂ ୧୧ ଇଂଲଣ୍ଡ ଖେଳାଳି ଭାରତରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ୧୧, ୱେଷ୍ଟଇଣ୍ଡିଜ୍‌ର ୯, ଆଫ୍‌ଗାନିସ୍ତାନର ୩ ଏବଂ ବାଂଲାଦେଶର ୨ ଖେଳାଳି ଆଇପିଏଲ୍‌ ଖେଳିବାକୁ ଆସିଥିଲେ |

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସ୍ପଷ୍ଟ ଭାବେ କହିଛି ଯେ ଭାରତରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବ ନାହିଁ | କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲୀୟ କ୍ରିକେଟ୍ ଆସୋସିଏସନ୍ ମିଳିତ ବିବୃତ୍ତିରେ କହିଛନ୍ତି ଯେ ମେ ୧୫ ପର୍ଯ୍ୟନ୍ତ ଭାରତରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେ ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ | ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ​​ବିମାନର ବ୍ୟବସ୍ଥା କରିବାକୁ ବିସିସିଆଇ ଯୋଜନା କରୁଛି। ଭାରତରେ କୋଭିଡ -୧୯ ର ମାମଲା ବଢୁଥିବା ଯୋଗୁଁ ଅଷ୍ଟ୍ରେଲିଆ ଖେଳାଳିମାନେ ଘରକୁ ଫେରିବା ପୂର୍ବରୁ ମାଲଦ୍ୱୀପ କିମ୍ବା ଶ୍ରୀଲଙ୍କାରେ ରହିବେ ବୋଲି ଆଶା କରାଯାଉଛି। ତେବେ ନଜର ପକାନ୍ତୁ କେଉଁ ଦେଶ ଯାତ୍ରା ବାବଦରେ କଣ ସବୁ ପ୍ରତିବନ୍ଧକ ଜାରି କରିଛନ୍ତି |
ଅଷ୍ଟ୍ରେଲିଆ: ମେ ୩ ରୁ ମେ ୧୪ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ଯାତ୍ରୀମାନେ ଏହି ନିଷେଧାଦେଶକୁ ଭାଙ୍ଗିବେ କିମ୍ବା ଅନ୍ୟ କୌଣସି ଦେଶ ଦେଇ ଗୁପ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିବେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।
ଇଂଲଣ୍ଡ: ବ୍ରିଟେନ ସରକାର କେବଳ ଏହାର ନାଗରିକମାନଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି। ଅବଶ୍ୟ, ଇଂଲଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ୧୦ ଦିନ ପାଇଁ ଆଇସୋଲେସନରେ ରହିବାକୁ ପଡିବ | ଇଂଲଣ୍ଡକୁ ବିମାନରେ ଯିବା ପୂର୍ବରୁ ଖେଳାଳିମାନଙ୍କୁ ଦୁଇଥର କୋଭିଡ -୧୯ ଟେଷ୍ଟରେ ନେଗେଟିଭ ରିପୋର୍ଟ ଦେଖେଇବାକୁ ପଡିବ | ତେବେ ଇଂଲଣ୍ଡର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ବୁଧବାର ଦିନ ଫେରିଯାଇଛନ୍ତି | ମୋର୍ଗାନ୍, ଡେଭିଡ ମାଲାନ ଏବଂ କ୍ରିସ ଜୋର୍ଡାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବେ ବୋଲି ଆଶା କରାଯାଉଛି।
ନ୍ୟୁଜିଲାଣ୍ଡ: ଏଠାରେ ସରକାର ଇଂଲଣ୍ଡ ଭଳି ନିୟମ ଲାଗୁ କରିଛନ୍ତି। କେବଳ ନ୍ୟୁଜିଲାଣ୍ଡର ବାସିନ୍ଦାମାନେ ଭାରତରୁ ଦେଶକୁ ଫେରିପାରିବେ। କିୱି ଖେଳାଳୀଙ୍କୁ ୧୪ ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ |
ଦକ୍ଷିଣ ଆଫ୍ରିକା: ଭାରତରୁ ଆସୁଥିବା ବିମାନ ଉପରେ ସରକାର କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଖେଳାଳିମାନେ ବିନା କଟକନାରେ ଘରକୁ ଫେରିପାରିବେ |
ବାଂଲାଦେଶ: ଭାରତରୁ କେହି ବିମାନରେ ବାଂଲାଦେଶ ଯାଇପାରିବେ ନାହିଁ କିନ୍ତୁ ରାସ୍ତାରେ ଯାତ୍ରା କରିପାରିବେ । ଯିଏ ଭାରତରୁ ବାଂଲାଦେଶରେ ପହଞ୍ଚିବ ତାଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରହିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe