ବାମିକାକୁ ୬ ମାସ, ବଣଭୋଜି କଲେ ବିରୁଷ୍କା

ବାମିକାକୁ ୬ ମାସ, ବଣଭୋଜି କଲେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ଝିଅ ବାମିକାକୁ ରବିବାର ୬ ମାସ ପୂରିଛି। ଏହାକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିବା ଲାଗି ବିରାଟ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଏକ ଉଦ୍ୟାନକୁ ଯାଇ ବଣଭୋଜି କରିଥିଲେ। ଯାହାର ଫଟୋ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ଫଟୋଟିରେ ଅନୁଷ୍କା ତଳେ ଶୋଇଥିଲା ବେଳେ ବାମିକା ତାଙ୍କ ଛାତି ଉପରେ ବିଶ୍ରାମ କରୁଥିବା ଦେଖିବାକୁ ମିଳୁଛି। ଅନୁଷ୍କା ନୀଳ ରଙ୍ଗର ଡେନିମ୍ ଏବଂ ଗୋଲାପି ରଙ୍ଗର ଟପ୍ ପିନ୍ଧି ବାମିକାକୁ ଆକାଶକୁ ଲକ୍ଷ୍ୟ କରି କିଛି ଦେଖାଉଥିବା ଭଙ୍ଗୀରେ ରହିଛନ୍ତି।

ଅନ୍ୟଏକ ଫଟୋରେ ବାମିକାକୁ କୋହଲି ନିଜ ବାହୁରେ ତୋଳି ଧରିଛନ୍ତି। ଫଟୋ ଦୁଇଟି ତଳେ ଅନୁଷ୍କା ଲେଖିଛନ୍ତି ଯେ ତାର ଗୋଟିଏ ହସ ଆମ ଦୁନିଆ ବଦଳାଇ ଦେଇପାରେ। ତୁମେ ଆମକୁ ଯେଉଁ ଭଲପାଇବା ଓ ସ୍ନେହଭରା ନିରୀହ ନୟନରେ ‌ଦେଖୁଛ, ଆମେ ପ୍ରତିବଦଳରେ ତାହା ଦେଇ କରିପାରିବୁ ବୋଲି ଆଶା। ଆମ ତିନି ଜଣଙ୍କୁ ୬ ମାସ ପୂରଣର ଅଭିନନ୍ଦନ। ସୂଚନାଯୋଗ୍ୟ ଯେ ବାମିକା ଚଳିତ ବର୍ଷ ଫେବ୍ରୁଆରି ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe