(representational image) Times of India
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍ ପେନ୍ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର କୁଇନ୍ସଲାଣ୍ଡ ବିପକ୍ଷ ତାସ୍ମାନିଆର ସେଫିଲ୍ଡ ସିଲ୍ଡ ପ୍ରଥମ ଶ୍ରେଣୀ ମ୍ୟାଚ୍ ଶେଷ ହେବାମାତ୍ରେ ପେନ୍ ଅବସର ସୂଚନା ଦେଇଥିଲେ। ଅଷ୍ଟ୍ରେଲିଆର ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ବଲ୍ ଟାମ୍ପରିଂ ସ୍କାଣ୍ଡାଲରେ ଛନ୍ଦି ହୋଇ ଷ୍ଟିଭ୍ ସ୍ମିଥ୍ ନେତୃତ୍ବରୁ ହଟିଯିବା ପରେ ଦେଶର ୪୬ତମ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ପେନ୍। ସେ ୨୦୧୮ରୁ ୨୦୨୧ ମଧ୍ୟରେ ମୋଟ ୩୫ ଟେଷ୍ଟ୍ ଖେଳିଥିଲା ବେଳେ ୨୩ରେ ଦଳର ନେତୃତ୍ବ ନେଇଥିଲେ।
ତେବେ ୨୦୨୧ ଶେଷ ଆଡ଼କୁ ସେ ନେତୃତ୍ବରୁ ଓହରି ଯାଇଥିଲେ। ଏହାପରଠୁ ତାସ୍ମାନିଆ ପାଇଁ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିଥିଲେ। ୨୦୧୦ରେ ଲର୍ଡସ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରିଥିବା ୱିକେଟ୍ରକ୍ଷକ/ବ୍ୟାଟର ପାଇନ ଟେଷ୍ଟ୍ରେ ୩୨.୬୩ ହାରରେ ରନ୍ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର୍ ୯୨ ଥିଲା ବେଳେ ଷ୍ଟମ୍ପ୍ ପଛରେ ୧୫୭ ଡିସ୍ମିସାଲ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ୩୫ ଦିନିନିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ତାସ୍ମାନିଆ ପାଇଁ ୨୦୦୫ରୁ ପଦାର୍ପଣ କରିଥିବା ପାଇନ ୧୮ ବର୍ଷ ମଧ୍ୟରେ ୧୫୩ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ।
Follow Us