କରୋନାରେ ପୂର୍ବତନ ଦିଲ୍ଲୀ କ୍ରିକେଟର୍‌ ସଂଜୟ ଡୋବାଲ ମୃତ

Advertisment
କରୋନାରେ ପୂର୍ବତନ ଦିଲ୍ଲୀ କ୍ରିକେଟର୍‌ ସଂଜୟ ଡୋବାଲ ମୃତ

India Today

ନୂଆଦିଲ୍ଲୀ: ଦିଲ୍ଲୀ କ୍ଲବ୍‌ କ୍ରିକେଟ୍‌ରେ ଜଣା ଶୁଣା ନାଁ ସ‌ଂଜୟ ଡୋବାଲ (୫୩ ବର୍ଷ)ଙ୍କର ସୋମବାର ସକାଳେ କରୋନାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ‌ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ, ଗୌତମ ଗମ୍ଭୀର ଓ ମିଥୁନ ମାନହସଙ୍କ ପରି ସେ କ୍ଲବ୍‌ କ୍ରିକେଟର୍‌ରେ ଭଲ ନାଁ କମାଇଥିଲେ। ଦିଲ୍ଲୀର ସୋନେଟ କ୍ରିକେଟ୍‌ କ୍ଲବ୍‌ର ଏହି ପୂର୍ବତନ ଖେଳାଳି ଦିଲ୍ଲୀ ୨୩ ବର୍ଷରୁ କମ୍‌ ଦଳର ସହକାରୀ ଅଧିକାରୀ ଭାବେ କାମ କରିବାର ସୌଭାଗ୍ୟ ପାଇଥିଲେ। ତାଙ୍କ ଦୁଇ ପୁଅ ମଧ୍ୟ କ୍ରିକେଟର। ବଡ଼ ପୁଅ ସିଦ୍ଧାର୍ଥ ରାଜସ୍ଥାନ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲା ବେଳେ ସାନ ଏକାଂଶ ଦିଲ୍ଲୀ ୨୩ ବର୍ଷରୁ କମ୍‌ ଦଳ‌ରେ ପଦାର୍ପଣ କରିସାରିଛି। ଡୋବାଲଙ୍କ ମୃତ୍ୟୁରେ ପୂର୍ବତନ ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, ମଦନ ଲାଲ, ମାନହସ, ଡିଡିସିଏ ସଚିବ ବିନୋଦ ତିହାରା ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe