ଲିଞ୍ଚ୍‌ ବି ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ

Advertisment
ଲିଞ୍ଚ୍‌ ବି ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ

The Cricketer

ଲଣ୍ଡନ : ପୂର୍ବତନ ଇଂଲଣ୍ଡ ଆନ୍ତର୍ଜାତିକ କ୍ରିକେଟର୍‌ ମଣ୍ଟେ ଲିଞ୍ଚ୍‌ ତାଙ୍କ ଖେଳ ଜୀବନ ମଧ୍ୟରେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ। ସେ କିପରି ସାଥୀ ଖେଳାଳି ଏବଂ ଦର୍ଶକଙ୍କଠାରୁ ଏଭଳି ଆକ୍ଷେପ ପାଉଥିଲେ ସେ ନେଇ ଖୋଲି କହିଛନ୍ତି। ଗାଏନାରେ ଜନ୍ମିତ ଲିଞ୍ଚ୍‌ ୧୩ ବର୍ଷ ବୟସରୁ ଲଣ୍ଡନ ସ୍ଥାନାନ୍ତର ହୋଇଥିଲେ। ସେଠାରେ ସରେ ଓ ଗ୍ଲସେଷ୍ଟସାୟାର ପକ୍ଷରୁ ଲମ୍ବା ଖେଳ ଜୀବନ ଅତିବାହିତ କରିଥିଲେ। ସେ ମଧ୍ୟ ଇଂଲଣ୍ଡ ଦଳ ପକ୍ଷରୁ ୧୯୮୮ରେ ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଜଣେ ଖେଳାଳି ଭାବେ ଅବସର ନେବା ପରେ ସେ ଜଣେ କନିଷ୍ଠ ପ୍ରଶିକ୍ଷକ ଭାବେ ପରବର୍ତୀ ଜୀବନ ବିତାଇଥିଲେ। କିନ୍ତୁ ଖେଳୁଥିଲା ବେଳେ ମୋର ହୋଟେଲ ପ୍ରକୋଷ୍ଠର ଦ୍ବାରରେ ବହୁବାର ବର୍ଣ୍ଣବୈଷମ୍ୟ ସଂପର୍କିତ ଲେଖା ଝୁଲାଇ ଦିଆଯାଉଥିଲା। ଏପରିକି ମୋର କଫିନ କମଳା ରସ ଓ କ୍ଷୀରରେ ଭରି ରହୁଥିଲା। ଏଭଳି ଅନେକ ପ୍ରସଙ୍ଗ ଉପରେ ଖୁଲାସା କରିଛନ୍ତି ଲିଞ୍ଚ୍‌। ହେଡିଂଲେରେ ଯେତେବେଳେ ମୁଁ ଦିନିକିଆ ଆନ୍ତର୍ଜାତିକ ଖେଳୁଥିଲି, ତିନି ଜଣ ୟର୍କସାୟାର ବ୍ୟକ୍ତି ମୋ ପାଖ ଦେଇ ଚାଲିଯିବା ବେଳେ କହିଥିଲେ, ‘‘ଆମେ ତୁମକୁ କଳା....ଦେବୁ। ଆସନ୍ତାକାଲି ତୁମକୁ ଲୁଚାଇବାକୁ ଭଲ ହେବ। ଆମକୁ ସେମାନେ ‘ଚୋକ୍‌ସ’ ବୋଲି ଡାକୁଥିଲେ ଏବଂ ତୁମେ ଖୁବ୍‌ କଳା’’ ବୋଲି କହି ଅପମାନିତ କରୁଥିଲେ। ଏପରି ମନ୍ତବ୍ୟ ଦେଇ ସାଂପ୍ରତିକ ସମୟରେ ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ଚାଲିଥିବା ବିତର୍କରେ ସଦ୍ୟତମ ଯୋଡ଼ି ହୋଇଯାଇଛନ୍ତି ଲିଞ୍ଚ୍। ଯାହାକି ଇଂଲିସ୍‌ କ୍ରିକେଟର୍‌ମାନଙ୍କ ହୀନ ଆଚରଣକୁ ପଦାରେ ପକାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe