ପୂର୍ବତନ ଫର୍ମୁଲା ୱାନ୍‌ ମୁଖ୍ୟ ଏକ୍‌ଲେଷ୍ଟୋନ୍‌ ଗିରଫ

Advertisment
ପୂର୍ବତନ ଫର୍ମୁଲା ୱାନ୍‌ ମୁଖ୍ୟ ଏକ୍‌ଲେଷ୍ଟୋନ୍‌ ଗିରଫ

Outlook India

କାମ୍ପିନାସ୍‌ (ବ୍ରାଜିଲ) : ଫର୍ମୁଲା ୱାନ୍‌ର ପୂର୍ବତନ ମୁଖ୍ୟ ବର୍ଣ୍ଣି ଏକ୍‌ଲେଷ୍ଟୋନ୍‌ ବ୍ରାଜିଲ୍‌ରେ ଗିରଫ ହୋଇଛନ୍ତି। ସ୍ବିଜରଲାଣ୍ଡ୍‌କୁ ଯାଉଥିବା ଏକ ଘରୋଇ ବିମାନରେ ଯାତ୍ରା କରୁଥିଲା ବେଳେ ତାଙ୍କ ବ୍ୟାଗ୍‌ରେ ବେଆଇନ ଭାବେ ଏକ ବନ୍ଧୁକ ରହିଥିବା ଏକ୍ସ-ରେ ସ୍କ୍ରିନିଂରେ ଦେଖାଯାଇଥିଲା। ସେହି ବନ୍ଧୁକର କୌଣସି ଯଥାର୍ଥ କାଗଜପତ୍ର ତାଙ୍କ ପାଖରେ ନଥିଲା। ତେଣୁ ବୁଧବାର ତାଙ୍କୁ ଭିରାକୋପୋସ୍‌ ବିମାନବନ୍ଦରରୁ ହିଁ ବ୍ରାଜିଲ ପୁଲିସ ଗିରଫ କରିଥିବା କହିଛି। ସେହି ବନ୍ଧୁକର ମାଲିକାନା ତାଙ୍କ ନାମରେ ଥିବା ଏକ୍‌ଲେଷ୍ଟୋନ୍‌ କହିଛନ୍ତି। ହେଲେ ସେହି ସମୟରେ ତାଙ୍କ ବ୍ୟାଗ୍‌‌‌ରେ କିଭଳି ବନ୍ଧୁକ ରହିଥିଲା ତାହା ତାଙ୍କୁ ଜଣାନଥିବା କହିଛନ୍ତି।

ତେବେ ଗିରଫ ପରେ ଏକ୍‌ଲେଷ୍ଟୋନ୍‌ ଜାମିନରେ ମୁକୁଳି ସ୍ବିଜରଲାଣ୍ଡ ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ୯୧ ବର୍ଷ ବୟସ୍କ ଏକ୍‌ଲେଷ୍ଟୋନ୍‌ ବ୍ରାଜିଲ ଜନ୍ମିତ ଫାବିଆନା ଏକ୍‌ଲେଷ୍ଟୋନ୍‌ଙ୍କୁ ବିବାହ କରିଥିଲେ। ସେ ଏଫ୍‌ଆଇଏ ଉପସଭାପତି ଏବଂ ବିଶ୍ବ ମୋଟର ସ୍ପୋର୍ଟସ କାଉନସିଲର ସଦସ୍ୟ ଅଛନ୍ତି। ଚଳିତ ମେ’ ମାସରେ ସେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏପରିକି ସାଓ ପାଓଲୋ ନିକଟସ୍ଥ ଏକ ସ୍ଥାନୀୟ କାର୍‌ ରେସ୍‌ରେ ମଧ୍ୟ ଭାଗ ନେଇଥିଲା ବେଳେ ବ୍ରାସିଲିଆରେ ତିନି ଥର ବିଶ୍ବ ବିଜେତା ନେଲ୍‌ସନ ପିକ୍ବେଟଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe