ବିଜେପିରେ ସାମିଲ ହେଲେ ପୂର୍ବତନ କ୍ରିକେଟର

କ୍ରିକେଟରୁ ସନ୍ୟାସ ନେବା ପରେ ମହମ୍ମଦ ଆଝାରୁଦ୍ଦିନ, ନବଜୋତ୍ ସିଂ ସିନ୍ଧୁ, ଗୌତମ ଗମ୍ଭୀର ଭଳି ଖେଳାଳିମାନେ ରାଜନୀତି ମୈଦାନକୁ ଓହ୍ଲାଇଥିବା ବେଳେ ଏହି ତାଲିକାରେ ପୂର୍ବତନ କ୍ରିକେଟର କେଦାର ଯାଦବ ବି ସାମିଲ ‌ହୋଇଯାଇଛନ୍ତି  । 

ew

ନୂଆଦିଲ୍ଲୀ: କ୍ରିକେଟରୁ ସନ୍ୟାସ ନେବା ପରେ ମହମ୍ମଦ ଆଝାରୁଦ୍ଦିନ, ନବଜୋତ୍ ସିଂ ସିନ୍ଧୁ, ଗୌତମ ଗମ୍ଭୀର ଭଳି ଖେଳାଳିମାନେ ରାଜନୀତି ମୈଦାନକୁ ଓହ୍ଲାଇଥିବା ବେଳେ ଏହି ତାଲିକାରେ ପୂର୍ବତନ କ୍ରିକେଟର କେଦାର ଯାଦବ ବି ସାମିଲ ‌ହୋଇଯାଇଛନ୍ତି  । 

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର କେଦାର ଯାଦବ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ରର ପୁଣେରେ ରହୁଥିବା କେଦାର ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । 

ବିଜେପିରେ ଯୋଗ ଦେବା ପୂର୍ବରୁ କେଦାର ଯାଦବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ମୁମ୍ବାଇ କ୍ରିକେଟ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ନେତା ଆଶିଷ ସୋଲାରଙ୍କୁ ଭେଟିଥିଲେ ।

ବିଜେପିରେ ସାମିଲ ହେବାପରେ କେଦାର ଯାଦବ ପ୍ରଧାନମନ୍ତ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରିବା ସହିତ କହିଛନ୍ତି, ‘୨୦୧୪ରେ କେନ୍ଦ୍ରକୁ ବିଜେପି ସରକାର ଆସିବା ଦିନ ଠାରୁ ବିଭିନ୍ନ ବିକାଶମୂଳକ କାମ ହୋଇଛି। ବିଜେପିକୁ ଦେଶର କୋଣ-ଅନୁକୋଣରୁ ଅନେକ ସମର୍ଥନ ମିଳୁଛି। ମୋର ଆଶା ମୁଁ ଦାୟିତ୍ବର ସହ କାମ କରିବି। ଯାହା ବି ଦଳ ପକ୍ଷରୁ ମୋତେ କାମ ଦିଆଯିବ ତାହାକୁ ନିଷ୍ଠାର ସହ ତୁଲାଇବି।’

ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ  ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ଖେଳିଥିଲେ । କେଦାର  ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଖେଳିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe