ଦୁବାଇ: ଟି -୨୦ ବିଶ୍ୱକପ ୨୦୨୧ରେ ଆଜି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ୍ ପଠାନ୍ ଏକ ମଜାଦାର ଟ୍ୱିଟ୍ କରିଛନ୍ତି। ତାଙ୍କ ଟୁଇଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଟ୍ବିଟରେ ସେ ଲେଖିଛନ୍ତି ଯେ, ପାକିସ୍ତାନ ଜିତିଲେ ହୃଦୟ ଭାଙ୍ଗିବ, ହେଲେ ଆମେ ଜିତିଲେ ଟିଭି ଭାଙ୍ଗିବ। ଇରଫାନ ନିଜ ଟ୍ବିଟ ମାଧ୍ୟମରେ ଏହା କହିଛନ୍ତି ଯେ, ଯଦି ପାକିସ୍ତାନ ଜିତେ ତେବେ ଭାରତୀୟଙ୍କ ହୃଦୟ ଭାଙ୍ଗିଯିବ ଏବଂ ଯଦି ଭାରତ ଜିତିବ ତେବେ ପାକିସ୍ତାନରେ ଟିଭି ଭାଙ୍ଗିବ। ବିଶ୍ୱକପ୍ର ୫୦ ଓ ୨୦ଓଭର ଫର୍ମାଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ଏହି ସମସ୍ତ ମ୍ୟାଚ୍ ଜିତିଛି। ପୂର୍ବରୁ ଦୁଇ ଦଳ ଟି-୨୦ ବିଶ୍ୱକପରେ ୫ଥର ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ସମସ୍ତ ପାଞ୍ଚଟି ମ୍ୟାଚ୍ ଜିତିଛି।
ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ୟାପଟେନ ରସିଦ ଲତିଫ କହିଥିଲେ ଯେ, ପାକିସ୍ତାନ ଯେତେ ଭଲ ଖେଳିଲେ ବି, ଯଦି ଭାରତୀୟ ଖେଳାଳିମାନେ ଭୁଲ ନକରନ୍ତି, ତେବେ ପାକିସ୍ତାନ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହେବ। ଯେତେବେଳେ ମୁଁ ପାକିସ୍ତାନର ଅଧିନାୟକ ଥିଲି, ମୁଁ ସର୍ବଦା ବିରୋଧୀ ଦଳରୁ ତ୍ରୁଟି ଆଣିବାକୁ ଚେଷ୍ଟା କରୁଥିଲି। ଅବଶ୍ୟ, ଆପଣଙ୍କୁ ପ୍ରଥମେ ନିଜ କାମ କରିବାକୁ ପଡିବ, କିନ୍ତୁ ସେହି ସମୟରେ ଅନ୍ୟ ଦଳ କେମିତି ଭୁଲ୍ କରିବ, ତାହା ଦେଖିବା ମଧ୍ୟ ଜରୁରୀ ଅଟେ। ତେଣୁ, ପାକ୍ ଖେଳାଳିଙ୍କୁ ନିଜର କୌଶଳ ଠିକ୍ କରିବାକୁ ପଡିବ ଏବଂ ଅନ୍ୟ ଦଳ କେମିତି ଭୁଲ କରିବେ ସେ ନେଇ ଚେଷ୍ଟା କରିବାକୁ ପଡିବ।
Follow Us