ପୂର୍ବତନ ଭାରତୀୟ ଫୁଟବଲର୍‌ ମନିତୋମ୍ବିଙ୍କ ପରଲୋକ

Advertisment
ପୂର୍ବତନ ଭାରତୀୟ ଫୁଟବଲର୍‌ ମନିତୋମ୍ବିଙ୍କ ପରଲୋକ

India.com

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓ ମୋହନ ବାଗାନ ଫୁଟବଲ୍ ତାରକା ମନିତୋମ୍ବି ସିଂହଙ୍କର ମାତ୍ର ୩୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମଣିପୁରର ଇମ୍ଫାଲ ନିକଟସ୍ଥ ନିଜ ‌ପୈତୃକ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ ମନି‌ତୋମ୍ବି ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତେବେ ସେ କେଉଁ ରୋଗରେ ପୀଡ଼ିତ ଥିଲେ, ସେବିଷୟରେ ତାଙ୍କ ପରିବାର କୌଣସି ସୂଚନା ଦେଇନାହିଁ। ମୃତ୍ୟୁ ବେଳକୁ ପତ୍ନୀ ଓ ୮ ବର୍ଷୀୟ ପୁଅ ମନି‌ତୋମ୍ବିଙ୍କ ନିକଟରେ ଉପସ୍ଥିତ ଥିଲେ।

ଏହି ଖବର ଜଣାପଡ଼ିବା‌ ପରେ ମୋହନ ବାଗାନ କ୍ଲବ୍ ନିଜ ପୂର୍ବତନ ଅଧିନାୟକ ମନିତୋମ୍ବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ୨୦୦୩ ମସିହାରେ ହୋଚିମିନ ସିଟିଠାରେ ଭିଏତନାମକୁ ୩-୨ ଗୋଲ୍‌ରେ ପରାସ୍ତ କରି ଏଲଜି କପ୍ ଜିତିଥିବା ଭାରତୀୟ ୨୩ ବର୍ଷରୁ କମ୍ ଦଳର ମନିତୋମ୍ବି ଜଣେ ପ୍ରମୁଖ ସଦସ୍ୟ ଥିଲେ। ୧୯୭୧ ମସିହା ପରେ କୌଣସି ସ୍ତରୀୟ ଭାରତୀୟ ଫୁଟବଲ୍ ଦଳର ଏହା ପ୍ରଥମ ଅନ୍ତର୍ଜାତୀୟ ଟ୍ରଫି ଥିଲା। ୨୦୦୩ ମସିହାରେ ସେ ମଧ୍ୟ ମୋହନ ବାଗାନ ଦଳର ପ୍ରତିନିଧିତ୍ବ କରିବା ଆରମ୍ଭ କରିଥିଲେ। ଭାରତୀୟ ସେନା ଓ ସର୍ଭିସେସ୍ ଦଳରୁ ନିଜ ଖେଳ ଜୀବନ ଆରମ୍ଭ କରିଥିବା ମନିତୋମ୍ବି ଏୟାର ଇଣ୍ଡିଆ ଓ ସାଲଗାଓଁକର ଦଳର ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ‌ଶେଷ ଥର ପାଇଁ ତାଙ୍କୁ ୨୦୧୫-୨୬ ଋତୁରେ ମଣିପୁର ରାଜ୍ୟ ଫୁଟବଲ୍ ଲିଗ୍ ଖେଳୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe