ପୂର୍ବତନ ଜାତୀୟ ଫୁଟ୍‌ବଲ ତାରକା ଅସିତଙ୍କ ପରଲୋକ

Advertisment
ପୂର୍ବତନ ଜାତୀୟ ଫୁଟ୍‌ବଲ ତାରକା ଅସିତଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ଜାତୀୟ ଫୁଟ୍‌ବଲ ତାରକା ଅସିତ ପାତ୍ର ଆଉ ନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସେ ଅବସ୍ଥାନ କରୁଥିଲେ। ହେଲେ ଦୀର୍ଘ ବର୍ଷ ଧରି ଅସୁସ୍ଥତା ସହ ଲଢ଼ିବା ସତ୍ତ୍ବେ ଭୁବନେଶ୍ବରରେ ଗତକାଲି ସଂଧ୍ୟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୪ ବର୍ଷ ହୋଇଥିଲା। ୧୯୭୦ ଦଶକରେ ଓଡ଼ିଶା ପାଇଁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଥିବା ଏହି ତାରକା ଖେଳାଳି ରାଜ୍ୟର ଏକାଧିକ ପ୍ରମୁଖ କ୍ଲବ୍‌ ବ୍ୟତୀତ ଓଡ଼ିଶା ପୁଲିସ ଦଳ ପକ୍ଷରୁ ଖେଳିଥିଲେ। ସେ ମଧ୍ୟ ଏଜି କାର୍ଯ୍ୟାୟଳ‌ର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ତାଙ୍କ ପରଲୋକରେ ଓଡ଼ିଶା କ୍ରୀଡ଼ା ଦୁନିଆ ଶୋକ ବ୍ୟକ୍ତ କରିଛି। ବିଶେଷକରି ଓଡ଼ିଶା ଫୁଟ୍‌ବଲ ସଂଘର ସଦସ୍ୟ ଓ ଅଧିକାରୀମାନେ ଗଭୀର ମର୍ମାହତ ହୋଇପଡ଼ିଛନ୍ତି। ତାଙ୍କ ପରିବାରବର୍ଗକୁ ଏପରି ଦାରୁଣ ଦୁଃଖ ସହ୍ୟ କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ବୋଲି ଶୋକବାର୍ତାରେ ଓଡ଼ିଶା ଫୁଟ୍‌ବଲ ସଂଘର ଅବୈତନିକ ସଂପାଦକ ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe