ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ନେପାଳ କ୍ରିକେଟ୍‌ ଅଧିନାୟକ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

କାଠମାଣ୍ଡୁ: ଜଣେ ନାବାଳିକା ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗରେ ନେପାଳ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିସାନ୍‌ ଗିରଫ ହୋଇଛନ୍ତି। ସେ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରେ ପହଞ୍ଚିବା ମ‌ାତ୍ରେ ପୁଲିସ ତାଙ୍କୁ ଗିରଫ କରି ହେପାଜତକୁ ନେଇଯାଇଛି। ନେପାଳ ଫେରି ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଲାମିସାନ୍‌ ଗୁରୁବାର ନିଜ ଅଫିସିଆଲ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲ୍‌ରେ ସୂଚନା ଦେଇଥିଲେ। ଏବେ ସେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଆଇନଗତ ଲଢ଼େଇ କରିବେ ବୋଲି କହିଛନ୍ତି। ସେ କୌଣସି ଅପରାଧ କରିନାହାନ୍ତି ଏବଂ ନ୍ୟାୟ ଚାହାନ୍ତି ବୋଲି କହିଛନ୍ତି। ମୁଁ ନିଶ୍ଚିତ ଯେ ମୋତେ ନ୍ୟାୟ ମିଳିବ ଏବଂ ଦେଶର ଯଶ ଓ ଖ୍ୟାତି ଫେରାଇ ଆଣିବା ପାଇଁ ତଦନ୍ତରେ ପୂରା ସହାୟତା କରିବି। କ୍ରିକେଟ୍‌ ପଡ଼ିଆକୁ ଖୁବ୍‌ଶୀଘ୍ର ଫେରିବି ବୋଲି ୨୫ ବର୍ଷ ବୟସ୍କ ଲାମିସାନ କହିଛନ୍ତି।

ସୂଚନାଯୋଗ୍ୟ, ଜଣେ ୧୭ ବର୍ଷ ବୟସ୍କା ବାଳିକା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ଦାୟର କରିଥିଲେ। ଲାମିସାନ ତାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ କ‌ାଠମାଣ୍ଡୁ ଏବଂ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେବା ସହିତ କାଠମାଣ୍ଡୁର ସିନାମଙ୍ଗଲସ୍ଥିତ ଏକ ହୋ‌ଟେଲକୁ ନେଇ ସେହି ରାତିରେ ଦୁଷ୍କର୍ମ କରିଥିଲେ ବୋଲି ସଂପୃକ୍ତ ବାଳିକା ଅଭିଯୋଗ ବାଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe