ମୋର ଅନେକ ଦିନର ସ୍ବପ୍ନକୁ ପୂରା କରିଥିବା ହେତୁ ଆରସିବି ସହିତ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ: ବିଜୟ ମାଲ୍ୟା

ଆରସିବିର ବିଜୟ ପରେ ବିଜୟ ମାଲ୍ୟା ଏକ ପୋଷ୍ଟ କରି ଲେଖିଛନ୍ତି, "ଯେତେବେଳେ ମୁଁ ଆରସିବିର ପ୍ରତିଷ୍ଠା କରିଥିଲି, ମୋର ସ୍ୱପ୍ନ ଥିଲା ଯେ ଆଇପିଏଲ ଟ୍ରଫି ‌ବେଙ୍ଗାଲୁରୁକୁ ଆସୁ।`

୍ନତଦନପ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହେଉଛି ସେହି ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାର ବିଶ୍ୱରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଦଳରେ ବିରାଟ କୋହଲିଙ୍କ ଉପସ୍ଥିତି।

ଗତବୁଧବାର ଆରସିବି ଦଳ ପ୍ରଥମଥର ପାଇଁ ଆଇପିଏଲର ଟାଇଟଲ ଜିତିଥିବାରୁ ବିଜୟ ମାଲ୍ୟା ନିଜର ମତାମତା ରଖିଛନ୍ତି।

ଆରସିବିର ପ୍ରଥମ ମାଲିକ ବିଜୟ ମାଲ୍ୟା ଦଳ ଚାମ୍ପିଅନ ହେବା ପରେ କହିଥିଲେ, ‘ମୋ ପାଖକୁ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ଆସି ଏକ ଦଳ କିଣିବାକୁ କହିଥିଲେ। ଲଳିତ ମୋତେ ଯାହା ବୁଝାଇଥିଲେ ସେଥିରେ ପ୍ରଭାବିତ ହୋଇ ମୁଁ ଏକ ଦଳ କିଣିବାକୁ ନିଷ୍ପତ୍ତି ନେଇଥିଲି। 

ମୁଁ ପ୍ରାୟ ୪୭୬ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳକୁ କିଣିଥିଲି। ଏହା ସେତେବେଳେ ଦ୍ୱିତୀୟ ସର୍ବାଧିକ ନିଲାମ ଥିଲା। ପ୍ରଥମରେ ମୁମ୍ବାଇ ଇଣ୍ଡିଆନ୍ସ ଥିଲା। ଯାହା ୧୧୧.୯ ନିୟୁତ ଡଲାରରେ ନିଲାମ ହୋଇଥିଲା। 

ବିଜୟ ମାଲ୍ୟା ସେତେବେଳେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡର ମାଲିକ ଥିଲେ। ସେଥିପାଇଁ ଦଳର ନାମ ମଦ ବ୍ରାଣ୍ଡ ସହିତ ସମାନ ରଖାଯାଇଥିଲା। ୨୦୧୬ରେ ବିଜୟ ମାଲ୍ୟା କମ୍ପାନିର ନିୟନ୍ତ୍ରଣ ହରାଇ ଦେବା ପରେ ସେ ଆଉ ଆରସିବିର ମାଲିକ ହୋଇ ରହି ନଥିଲେ। 

ଆରସିବିର ବିଜୟ ପରେ ବିଜୟ ମାଲ୍ୟା ଏକ ପୋଷ୍ଟ କରି ଲେଖିଛନ୍ତି, "ଯେତେବେଳେ ମୁଁ ଆରସିବିର ପ୍ରତିଷ୍ଠା କରିଥିଲି, ମୋର ସ୍ୱପ୍ନ ଥିଲା ଯେ ଆଇପିଏଲ ଟ୍ରଫି ‌ବେଙ୍ଗାଲୁରୁକୁ ଆସୁ। ମୁଁ ଜଣେ ଯୁବ ଖେଳାଳି ଭାବରେ ବିରାଟ କୋହଲିଙ୍କୁ ବାଛିବାର ସୌଭାଗ୍ୟ ପାଇଥିଲି । ଆଜି ସେହି ବ୍ୟକ୍ତି ଜଣକ ଅନେକ ହାର, ଜିତର ସାମ୍ନା କରି ଦୀର୍ଘ ୧୮ ବର୍ଷ ଧରି ଆରସିବି ସହିତ ଅଛନ୍ତି। 

ଶେଷରେ ଆଇପିଏଲ ଟ୍ରଫି ବେଙ୍ଗାଲୁରୁରେ ପହଞ୍ଚିଛି। ମୋର ସ୍ୱପ୍ନକୁ ସାକାର କରିଥିବା ସମସ୍ତଙ୍କୁ ପୁଣି ଥରେ ଅଭିନନ୍ଦନ ଏବଂ ଧନ୍ୟବାଦ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe