ପୂର୍ବତନ ସୌରାଷ୍ଟ୍ର, ମୁମ୍ବାଇ ଅଲ୍‌ରାଉଣ୍ଡର ଜାଦେଜାଙ୍କ ଦେହାନ୍ତ

ପୂର୍ବତନ ସୌରାଷ୍ଟ୍ର, ମୁମ୍ବାଇ ଅଲ୍‌ରାଉଣ୍ଡର ଜାଦେଜାଙ୍କ ଦେହାନ୍ତ

ମୁମ୍ବାଇ: ପୂର୍ବତନ ସୌରାଷ୍ଟ୍ର ଏବଂ ମୁମ୍ବାଇ ଅଲ୍‌ରାଉଣ୍ଡର ତଥା ବିସିସିଆଇ ମ୍ୟାଚ୍‌ ରେଫରି ରାଜେନ୍ଦ୍ରାସିନ ଜାଦେଜାଙ୍କର ରବିବାର କରୋନାରେ ଦେହାନ୍ତ ହୋଇଛି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ବିଗତ ଦିନର ଏହି ସବୁଠୁ ଆଦରଣୀୟ ମଧ୍ୟମଗତି ବୋଲର ୧୯୭୪-୭୫ରୁ ୧୯୮୬-୮୭ ଋତୁ ମଧ୍ୟରେ ୫୦ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୧୩୪ ୱିକେଟ୍‌ ନେବା ସହ ୧୫୩୬ ରନ୍‌ କରିଥିଲେ। ଏଥିସହ ସେ ୧୧ ଲିଷ୍ଟ୍‌ ଏ ମ୍ୟାଚ୍‌ ଖେଳି ୧୪ ୱିକେଟ୍‌ ଅକ୍ତିଆର କରିଥିଲେ।

ଅବସର ପରେ ସେ ବିସିସିଆଇ ମ୍ୟାଚ୍‌ ରେଫରି ଭାବେ କାର୍ଯ୍ୟ କରିଥିଲେ। ସେ ୫୩ ପ୍ରଥମ ଶ୍ରେଣୀ, ୧୮ ଲିଷ୍ଟ୍‌ ଏ ଓ ୩୪ ଟି-୨୦ ମ୍ୟାଚ୍‌ରେ ଅଫିସିଆଲ୍‌ ରହିଥିଲେ। ସେ ମଧ୍ୟ ଜଣେ ଚୟନକର୍ତା, ପ୍ରଶିକ୍ଷକ ଏବଂ ଦଳୀୟ ପ୍ରବନ୍ଧକ ଭାବେ ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ପାଇଁ ସେବା କରିଥିଲେ। ତାଙ୍କ ମୃତ୍ୟୁରେ କିଂବଦନ୍ତି କ୍ରିକେଟର୍‌ ସୁନିଲ ଗାଭାସ୍କର, ଦିଲିପ ଭେଙ୍ଗସରକାର, ସନ୍ଦୀପ ପାଟିଲ, ସୌରାଷ୍ଟ୍ର କ୍ରିକେଟ୍‌ ସଂଘ, ପୂର୍ବତନ ବିସିସିଆଇ ଏବଂ ସୌରାଷ୍ଟ୍ର ସଂଘ ସମ୍ପାଦକ ନିରଞ୍ଜନ ଶାହ ପ୍ରମୁଖ ‌ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe