ପୂର୍ବତନ ଶ୍ରୀଲଙ୍କା ଅଲରାଉଣ୍ଡର୍‌ ଦିଲହରା ୮ ବର୍ଷ ବାସନ୍ଦ

Advertisment
ପୂର୍ବତନ ଶ୍ରୀଲଙ୍କା ଅଲରାଉଣ୍ଡର୍‌ ଦିଲହରା ୮ ବର୍ଷ ବାସନ୍ଦ

India Shorts

କଲମ୍ବୋ: ମ୍ୟାଚ୍‌ ଫଳାଫଳକୁ ପ୍ରଭାବିତ କରିବା, ଅନ୍ୟକୁ ଉତ୍ସାହିତ କରିବା, ଆଚାର ସଂହିତାରେ ଉଲ୍ଲଂଘନ ତଥା ଦୁର୍ନୀତି ନିବାରଣ ୟୁନିଟ୍‌ ନିକଟରେ ସତ୍ୟ ପ୍ରକାଶ ନ କରିବା ଆଦି ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର୍‌ ଦିଲହରା ଲୋକୁହେଟିଜ୍‌ଙ୍କୁ ଆଇସିସି ୮ ବର୍ଷ ପାଇଁ ବାସନ୍ଦ କରିଛି। ୨୦୧୯ ଏପ୍ରିଲ୍‌ ୩ରୁ ସେ ନିଲମ୍ବିତ ଥିବାରୁ ଏହି ତାରିଖଠାରୁ ତାଙ୍କ ବାସନ୍ଦାଦେଶ ଲାଗୁ କରାଯାଇଛି। ୪୦ ବର୍ଷୀୟ ଏହି କ୍ରିକେଟର୍‌ଙ୍କ ବିପକ୍ଷରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଅଭିଯୋଗ କରିବା ପରେ ଆଇସିସି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀଲଙ୍କା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଦିଲ୍‌ହରା ଏକାଧିକ ଦୁର୍ନୀତି ବିରୋଧୀ ଶିକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସେ ଦୃଷ୍ଟିରୁ କ୍ରିକେଟ୍ ଦୁର୍ନୀତିଠାରୁ ସେ ଦୂରେଇ ନ ରହିବା ଗମ୍ଭୀରତା ବିଷୟ ବୋଲି ଆଇସିସି ପ୍ରବଂଧକ (ଇଣ୍ଟେଗ୍ରିଟି ୟୁନିଟ୍‌) ଆଲେକ୍ସ ମାର୍ଶାଲ୍‌ ପ୍ରକାଶ କରିଛନ୍ତି। ୨୦୧୭ ମସିହାରେ ୟୁଏଇରେ ଟି-୧୦ ଲିଗ୍‌ ଖେଳିବା ଅବସରରେ ଦିଲହରା୍‌ ଏହି ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ। ୨୦୧୯ ଏପ୍ରିଲ୍‌ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଚଳିତ ବର୍ଷ ଜାନୁଆରିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ ୨୦୦୫ ମସିହାରେ ଶ୍ରୀଲଙ୍କା ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦିଲହରା‌ ଲୋକୁହେଟିଜ୍‌ ୧୧ ମ୍ୟାଚ୍‌ (୯ ଦିନିକିଆ, ୨ ଟ୍ବେଣ୍ଟି-୨୦) ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe