ପୂର୍ବତନ ଅମ୍ପାୟାର୍‌ ଅସଦ୍ ରୌଫଙ୍କ ଦେହାନ୍ତ

Advertisment
ପୂର୍ବତନ ଅମ୍ପାୟାର୍‌ ଅସଦ୍ ରୌଫଙ୍କ ଦେହାନ୍ତ

Telangana Today

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ କ୍ରିକେଟ୍‌ ଅମ୍ପାୟାର୍‌ ଅସଦ୍‌ ରୌଫଙ୍କର ବୁଧବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ରୌଫଙ୍କର ପରଲୋକ ଘଟିଥିବା ପରିବାର ଲୋକ ସ୍ପଷ୍ଟ କରିଛନ୍ତି। ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅମ୍ପାୟାରିଂ ଆରମ୍ଭ କରିଥିବା ରୌଫ୍‌ ୬୪ ଟେଷ୍ଟ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ। ଏହା ମଧ୍ୟରେ ୪୯ଟିରେ ଫିଲ୍ଡ ଅମ୍ପାୟରିଂ ଓ ୧୫ ଟିଭି ଅମ୍ପାୟାରିଂ ସାମିଲ। ଏଥି ସହିତ ସେ ୧୩୯ ଦିନିକିଆ ଏବଂ ୨୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଥିଲେ। ଅସଦ୍‌ କେବଳ ଜଣେ ଭଲ ଅମ୍ପାୟାର୍ ନଥିଲେ, ମଜାଳିଆ ପ୍ରବୃତ୍ତିର ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ରମିଜ୍ ରାଜା। ନିଜ ବ୍ୟବସାୟ ଚଳାଉଥିବା ବେଳେ ଅସଦ କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିଥିଲେ, ତାଙ୍କୁ ହୃଦ୍‌ଘାତ ହୋଇଥିବା ଡାକ୍ତର କହିଥିଲେ ବୋଲି ତାଙ୍କ ଭାଇ ପ୍ରକାଶ କରିଛନ୍ତି।

ଗୁରୁବାର ସଂଧ୍ୟାରେ ଅସଦ୍‌ଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଅମ୍ପାୟାରିଂ କରିବା ପୂର୍ବରୁ ଅସଦ୍‌ ନ୍ୟାସନାଲ୍ ବ୍ୟାଙ୍କ୍‌ ଓ ରେବଳାଇ ପକ୍ଷରୁ ୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ୨୦୦୬ରେ ସେ ଆଇସିସି ଏଲିଟ୍ ପ୍ୟାନେଲ୍‌ରେ ସାମିଲ‌ ହୋଇଥିଲେ। ଅଲିମ୍ ଦର ଓ ଅସଦ୍ ‌ରୌଫଙ୍କୁ ପାକିସ୍ତାନର ଦୁଇ ପ୍ରମୁଖ ଅନ୍ତର୍ଜାତୀୟ ଅମ୍ପାୟାର ଭାବେ ବିବେଚନା କରାଯାଉଥିଲା। ଆଇପିଏଲ୍‌ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗକ୍ରମେ ୨୦୧୬ରେ ବିସିସିଆଇ ‌ରୌଫ୍‌ଙ୍କୁ ବାସନ୍ଦ କରିଥିଲା। ୫ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ମଧ୍ୟ ଦୁର୍ନୀତି ନିବାରଣ ଆଚରଣ ସଂହିତାରେ ବାରମ୍ବାର ଉଲ୍ଲଂଘନ କରିଥିବାରୁ ଆଉ ତାଙ୍କ ନାମ ବିଚାରକୁ ନେଇନଥିଲା। ବିସିସିଆଇ ବାସନ୍ଦ ସହିତ ରୌଫଙ୍କ ଅମ୍ପାୟାରିଂ ଜୀବନ ଶେଷ ହୋଇଯାଇଥିଲା। ବିଗତ କିଛି ବର୍ଷ ସେ ଲାହୋରର ଲାଣ୍ଡା ବଜାରରେ ଏକ ଲୁଗା ଓ ଚପଲ ଦୋକାନ ଚଳାଇ ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe