ଫର୍ମୁଲ ୱାନ୍‌ ରେସ୍‌ : ତୁର୍କିରେ ହାମିଲଟନ୍‌ ବିଜେତା

ସୁମାକରଙ୍କ କୀର୍ତ୍ତିମାନ ସମକକ୍ଷ

ଫର୍ମୁଲ ୱାନ୍‌ ରେସ୍‌ : ତୁର୍କିରେ ହାମିଲଟନ୍‌ ବିଜେତା

ଇସ୍ତାନବୁଲ୍ : ବ୍ରିଟେନ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ରବିବାର ଏଠାରେ ଆୟୋଜିତ ତୁର୍କି ଫର୍ମୁଲା ୱାନ୍‌ ରେସ୍‌ ବିଜେତା ହୋଇଛନ୍ତି। ଏଥି ସହିତ ସେ ସପ୍ତମ ବିଶ୍ବ ଚାମ୍ପିଅନ୍‌ସିପ୍‌ ଜିତିବା କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଏହି ୩୫ ବର୍ଷ ବୟସ୍କ ମର୍ସିଡିସ୍‌ ଚାଳକ ହାମିଲଟନ୍‌ ମଧ୍ୟ ଫର୍ମୁଲା ୱାନ୍‌ରେ ସର୍ବକାଳୀନ ସର୍ବାଧିକ ସଫଳ ଚାଳକର ଗୌରବ ବହନ କରିଛନ୍ତି। ସର୍ବାଧିକ ୭ ଥର ବିଶ୍ବ ଚାମ୍ପିଅନ୍‌ସିପ୍‌ ବିଜେତା ହେବାର କୀର୍ତ୍ତିମାନ ମାଇକେଲ ସୁମାକରଙ୍କ ନାମରେ ରହିଥିଲା। ରବିବାର ତୁର୍କି ବିଜୟ ସହ ହାମିଲଟନ୍‌ ତାଙ୍କ ୭ ଥର ଟ୍ରଫି ଜିତିବାର ସମକକ୍ଷ ହୋଇଛନ୍ତି। ପୁଣି ଏହି ବିଜୟ ମଧ୍ୟ ହାମିଲଟନ୍‌ଙ୍କ କ୍ୟାରିୟରର ୯୪ତମ ଥିଲା। ଯାହାକି ସୁମାକରଙ୍କ ତୁଳନାରେ ୩ ଅଧିକ। ଏଠାରେ ସୂଚନାଯୋଗ୍ୟ, ହାମିଲଟନ୍‌ଙ୍କ ମର୍ସିଡିସ୍‌ ମଧ୍ୟ କ୍ରମାଗତ ସପ୍ତମ ଥର ପାଇଁ କନ୍‌ଷ୍ଟ୍ରକ୍ଟର ଚାମ୍ପିଅନ୍‌ସିପ୍‌ ‌ବିଜେତା ହେବାର ଗୌରବ ପାଇସାରିଛି।

ତେବେ ଫର୍ମୁଲା ୱାନ୍‌ ଇତିହାସରେ ସର୍ବାଧିକ ରେସ୍‌ ବିଜୟ, ପୋଲ୍‌ ପୋଜିସନ୍‌ ଏବଂ ପୋଡିୟମ୍‌ ଫିନିସର୍‌ ଭାବେ ହାମିଲଟନ୍‌ ଅନ୍ୟ ଯେକୌଣସି ଚାଳକଙ୍କ ତୁଳନାରେ ସର୍ବାଗ୍ରେ ରହିଛନ୍ତି।

ତୁର୍କି ରେସ୍‌ରେ ହାମିଲଟନ୍‌ଙ୍କ ପଛକୁ ସର୍ଗିଓ ପେରେଜ୍‌ (ରେସିଂ ପଏଣ୍ଟ୍‌) ଏବଂ ସେବାସ୍ତିଆନ୍‌ ଭେଟେଲ (ଫେରାରି) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe