ଫର୍ମୁଲା ୱାନ୍‌ର ୭୦ତମ ବାର୍ଷିକୀରେ ଭର୍ଷ୍ଟାପେନ୍‌ ଭାଙ୍ଗିଲେ ମର୍ସିଡିଜ୍‌ ଧାରା

Advertisment
ଫର୍ମୁଲା ୱାନ୍‌ର ୭୦ତମ ବାର୍ଷିକୀରେ ଭର୍ଷ୍ଟାପେନ୍‌ ଭାଙ୍ଗିଲେ ମର୍ସିଡିଜ୍‌ ଧାରା

ସିଲଭରଷ୍ଟୋନ୍ (ଇଂଲଣ୍ଡ): ଫର୍ମୁଲା ୱାନ୍‌ ରେସିଂର ୭୦ତମ ବାର୍ଷିକୀ ଅବସରରେ ରେଡ୍‌ ବୁଲ୍‌ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ୍‌ ମର୍ସିଡିଜ୍‌ର ପ୍ରାଧାନ୍ୟକୁ‌ ରୋକିବାରେ ସକ୍ଷମ ହୋଇଛନ୍ତି। ଏଥି ସହ ୬ ଥର ବିଜେତା ଲୁଇସ୍ ହାମିଲଟନ୍‌ଙ୍କ ନିକଟତର ହୋଇ ତାଙ୍କୁ କଡ଼ା ଆହ୍ବାନ ଦେଇଛନ୍ତି। ଏହା କିନ୍ତୁ ଭର୍ଷ୍ଟାପେନଙ୍କ ଚଳିତ ଋତୁର ପ୍ରଥମ ବିଜୟ। ରବିବାର ସିଲଭରଷ୍ଟୋନ୍ ସର୍କିଟରେ ଖେଳାଯାଇଥିବା ଏହି ରେସ୍‌ରେ ଭର୍ଷ୍ଟାପେନ୍‌ ୧:୧୯:୪୧ ସମୟ ସହିତ ଆଗ ଫିନିସ୍ କରିଥିଲେ। ହାମିଲଟନ୍‌ ଅଧିକ ୧୧ ସେକେଣ୍ଡ୍ ସମୟ ନେଇ ଦ୍ବିତୀୟରେ ରହିଥିଲେ। ହାମିଲଟନଙ୍କ ମର୍ସିଡିଜ୍ ଦଳୀୟ ସାଥି ଭେଲଟାରି ବୋଟ୍ଟାସ ତୃତୀୟରେ ରହିଥିଲେ। ଫେରାରିର ଚାର୍ଲସ ଲେକଲର୍କ ଏବଂ ରେଡବୁଲ୍‌ର ଆଲେକଜାଣ୍ଡର୍ ଆଲବନ୍ ପରବର୍ତୀ ୨ ସ୍ଥାନରେ ରହିଥିଲେ। ଦ୍ରୁତତମ ଲାପ୍‌ କାରଣରୁ ଅତିରିକ୍ତ ପଏଣ୍ଟ୍‌ ଅର୍ଜନ କରିଥିବା ହାମିଲଟନ୍‌ ଏଥି ସହ ନିଜର ୧୫୫ତମ ପୋଡିୟମ୍‌ ଫିନିସ୍‌ କରି ଜର୍ମାନ କିଂବଦନ୍ତି ମାଇକେଲ ସୁମାକରଙ୍କ ସମକକ୍ଷ‌ ହୋଇଥିଲେ। ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ହାମିଲଟନ୍‌ (୧୦୭)ଙ୍କଠାରୁ ଭ‌ର୍ଷ୍ଟାପେନ୍‌ (୭୭) ୩୦ ପଏଣ୍ଟ୍ ପଛରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe