ବାରବାଟୀ ଦିନିକିଆ ଆଉ ୪ ଦିନ: ୫ ବର୍ଷ ପରେ ପ୍ରଥମ, ଇଂଲଣ୍ଡ ବିପକ୍ଷରେ ଷଷ୍ଠ

Advertisment

ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୯ଟି ଦିନିକିଆ ‌ଖେଳାଯାଇଛି। ଶେଷ ମ୍ୟାଚ୍ ଡିସେମ୍ବର ୨୨, ୨୦୧୯ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ଏଣୁ ବାରବାଟୀକୁ ଅନ୍ତର୍ଜାତୀୟ

ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୯ଟି ଦିନିକିଆ ‌ଖେଳାଯାଇଛି। ଶେଷ ମ୍ୟାଚ୍ ଡିସେମ୍ବର ୨୨, ୨୦୧୯ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ଏଣୁ ବାରବାଟୀକୁ ଅନ୍ତର୍ଜାତୀୟ

fhfhfhfshfs

ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୯ଟି ଦିନିକିଆ ‌ଖେଳାଯାଇଛି। ଶେଷ ମ୍ୟାଚ୍ ଡିସେମ୍ବର ୨୨, ୨୦୧୯ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ଏଣୁ ବାରବାଟୀକୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ପାଞ୍ଚ ବର୍ଷରୁ ଅଧିକ ସମୟ ପରେ ଫେରିବ। ଏହା ଭିତରେ ଅବଶ୍ୟ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଜୁନ୍ ୧୨, ୨୦୨୨ରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ସେହି ଦୃଷ୍ଟିରୁ ଦେଖିଲେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପାଖାପାଖି ଅଢ଼େଇ ବର୍ଷ ପରେ ଖେଳାଯିବ। ଫଳରେ ୯ ତାରିଖର ଭାରତ-ଇଂଲଣ୍ଡ ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି। ପୁଣି ଏହି ମ୍ୟାଚ୍‌ ହେଉଛି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍। ଦୁଇ ଦଳ ନାଗପୁରରେ ଗୁରୁବାର ପ୍ରଥମ ମ୍ୟାଚ୍ ଖେଳିବା ପରେ କଟକ ଆସିବେ। ସେଥିପାଇଁ ବାରବାଟୀ ମ୍ୟାଚ୍ ଉଭୟ ଦଳ ପାଇଁ ଢେର୍‌ ଗୁରୁତ୍ବ ବହନ କରିବ। ଏହାକୁ ନେଇ ମଧ୍ୟ ଦର୍ଶକ ବେଶ୍ ଉଲ୍ଲସିତ ଅଛନ୍ତି। 

ବାରବାଟୀରେ ଖେଳାଯାଇଥିବା ‌ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆକୁ ଭାରତ ୪ ୱିକେଟ୍‌ରେ ଜିତିଥିଲା। ପୁଣି ୨୦୦୭ ମସିହାଠାରୁ ଟିମ୍ ଇଣ୍ଡିଆ ବାରବାଟୀରେ ଅପରାଜେୟ ରହିଛି। ଏଣୁ ଆଗାମୀ ମ୍ୟାଚ୍ ଜିତି ଏହି ଧାରାକୁ ଭାରତୀୟ କ୍ରିକେଟ୍ ଦଳ ବଜାୟ ରଖିବ  ବୋଲି ପ୍ରଶଂସକ ଆଶା ରଖିଛନ୍ତି। ବାରବାଟୀ ବି ସବୁବେଳେ ଭାରତ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ଆସିଛି। ଭାରତୀୟ କ୍ରିକେଟ୍ ଦଳ ଏଠାରେ ୧୭ ଦିନିକିଆ ଖେଳି ୧୩ଟିରେ ବିଜୟୀ ହୋଇଥିଲା ବେଳେ ମାତ୍ର ୪ଟି ହାରିଛି। ଏଣୁ କଟକରେ ଭାରତ ସଫଳତା ହାର ୭୬.୪୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡର ମଧ୍ୟ ବାରବାଟୀରେ ଖେଳିବାର ଯଥେଷ୍ଟ ଅଭିଜ୍ଞତା ରହିଛି। ଇଂଲଣ୍ଡ ଏଠାରେ ଦ୍ବିତୀୟ ସର୍ବାଧିକ ୬ଟି ଦିନିକିଆ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ତିନିଟି ଲେଖାଏଁ ଜୟ-ପରାଜୟ ପାଇଛି। ସେହିଦୃଷ୍ଟିରୁ ଇଂଲଣ୍ଡର ସଫଳତା ହାର ଏଠାରେ ୫୦ ପ୍ରତିଶତ ରହିଛି। ଶେଷ ଥର ପାଇଁ ଭାରତ ଓ ଇଂଲଣ୍ଡ ୨୦୧୭ ମସିହା ଜାନୁଆରି ୧୯ରେ ଭେଟାଭେଟି ହୋଇଥିଲେ। ସେହି ମ୍ୟାଚ୍‌କୁ ଭାରତ ୧୫ ରନ୍‌ରେ ଜିତି ନେଇଥିଲା। ଏହାର ୯ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ନଭେମ୍ବର ୨୬ରେ ଖେଳିଥିବା ମ୍ୟାଚ୍‌ରେ ଇଂଲଣ୍ଡକୁ ଭାରତ ୬ ୱିକେଟ୍‌ରେ ହରାଇଥିଲା। ମୋଟ୍‌ ଉପରେ ଭାରତ ଓ ଇଂଲଣ୍ଡ ବାରବାଟୀରେ ପରସ୍ପର ବିପକ୍ଷରେ ୫ଟି ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ଦୁଇଟି ଏବଂ ଭାରତ ତିନିଟିରେ ବିଜୟୀ ହୋଇଛି। ଇଂଲଣ୍ଡ ଅନ୍ୟ ଦଳ ବିପକ୍ଷରେ ଏହି ଷ୍ଟାଡିୟମ୍‌ରେ ଖେଳିଥିବା ଏକମାତ୍ର ମ୍ୟାଚ୍‌ରେ ପାକିସ୍ତାନକୁ ୧୯୮୯ ମସିହା ଅକ୍ଟୋବର ୨୨ରେ ୪ ୱିକେଟ୍‌ରେ ହରାଇଥିଲା। 

ଶିବ‌-ସରୋଜ ‌େଲାକାଲ୍‌ ମ୍ୟା‌େନଜର୍‌

ଭୁବନେଶ୍ବର: ରବିବାର ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ନୂଆପଡ଼ାର ସରୋଜ କୁମାର ସାହୁ ଘରୋଇ ଦଳର ଲୋକାଲ୍‌ ମ୍ୟାନେଜର୍‌ ନିଯୁକ୍ତ ହୋଇଛନ୍ତି। ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବା ପରଠୁ ସେମାନଙ୍କର ରହିବା, ଖାଇବା, ଷ୍ଟାଡିୟମ୍‌କୁ ଗସ୍ତ ଇତ୍ୟାଦିଠୁ ଆରମ୍ଭ କରି ଓଡ଼ିଶା ଛାଡ଼ିବା ପର୍ଯ୍ୟନ୍ତ ଦଳର ଭଲମନ୍ଦ ବୁଝିବା ଦାୟିତ୍ବ ସରୋଜଙ୍କ କାନ୍ଧରେ ରହିବ। ଅନ୍ୟପକ୍ଷରେ ସରୋଜ ତୃତୀୟ ଥର ପାଇଁ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତୀୟ ଦଳର ଲୋକାଲ ମ୍ୟାନେଜର ଦାୟିତ୍ବରେ ରହିବେ। ପୂର୍ବରୁ ୨୦୧୯ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ସେହିପରି ଇଂଲଣ୍ଡ ଦଳର ଲୋକାଲ ମ୍ୟାନେଜର ଭାବେ କନ୍ଧମାଳର ଶିବପ୍ରସାଦ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଶିବପ୍ରସାଦ ପ୍ରଥମ ଥର ପାଇଁ ଏହି ଦାୟିତ୍ବ ପାଇଛନ୍ତି। ପୂର୍ବରୁ ଏକାଧିକ ଥର ଭାରତୀୟ ଦଳର ମ୍ୟାଚ୍‌ଗୁଡ଼ିକରେ ପର୍ଯ୍ୟବେକ୍ଷକ ଭାବେ ସେ ନିଯୁକ୍ତ ହୋଇଛନ୍ତି। ଗତ ୨୦୨୩ରେ ସେ ଭାରତୀୟ ମହିଳା ଦଳର ପ୍ରବନ୍ଧକ ଭାବେ ହଂକଂ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe