କରୋନା ପଜିଟିଭ୍‌ ଯୋଗୁଁ ମୁମ୍ବାଇର ୪ ଖେଳାଳି ଟି-୨୦ ଦଳରୁ ଓହରିଲେ

Advertisment
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୫୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬

ମୁମ୍ବାଇ: ବିସିସିଆଇର ଘରୋଇ ପ୍ରତିଯୋଗିତା ସୟଦ୍‌ ମୁସ୍ତାକ ଅଲ୍ଲୀ ଟି-୨୦ ଖେଳିବାକୁ ପ୍ରସ୍ତୁତି ଚଳାଇଥିବା ମୁମ୍ବାଇ ଦଳକୁ କରୋନା ଗ୍ରାସ କରିଛି। ଏହାର ୪ ଜଣ ଖେଳାଳି କରୋନା ମହାମାରୀ ସଂକ୍ରମିତ ହେବାରୁ ପ୍ରତିଯୋଗିତା ପୂର୍ବରୁ ଦଳରୁ ଓହରି ଯାଇଛନ୍ତି। ମୁମ୍ବାଇ ଦଳର ଏହି ୪ ଖେଳାଳି ହେଲେ ସର୍ଫରାଜ ଖାନ୍‌, ପ୍ରଶାନ୍ତ ସୋଲାଙ୍କି, ସାମ୍‌ସ ମୁଲାନି ଏବଂ ସାଇରାଜ ପାଟିଲ। ମୁମ୍ବାଇ ବିମାନବନ୍ଦରରେ ସେମାନଙ୍କର କରୋନା ପଜିଟିଭ୍‌ ଜଣାପଡ଼ିଥିଲା। ଫଳରେ ସମସ୍ତ ୪ ଜଣଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା ଏବଂ ୭ ଦିନ ଏକାନ୍ତବାସରେ ରହିବାକୁ କୁହାଯାଇଛି। ଏମାନଙ୍କ ବଦଳ ଖେଳାଳି ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ମୁମ୍ବାଇ କ୍ରିକେଟ ସଂଘ (ଏମ୍‌ସିଏ) ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ବାଧୀନ ମୁମ୍ବାଇ ଦଳ ବୁଧବାର ଗୌହାଟୀ ଅଭିମୁଖେ ବାହାରିଥିଲା। ତେବେ ବିମାନବନ୍ଦରରେ ଏହି ୪ ଖେଳାଳିଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପୂର୍ବରୁ ଦଳ ଜୈବ ବଳୟରେ ରହିଥିଲେ ମଧ୍ୟ କିପରି କରୋନା ସଂକ୍ରମଣ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ସମସ୍ତ ଖେଳାଳି ଏକାଠି ହୋଇ ୱାଙ୍ଖ୍‌ଡେରେ ଅଭ୍ୟାସ କରୁଥିଲେ। ଫଳରେ ସମସ୍ତ ସତର୍କତା ସ‌ତ୍ତ୍ବେ କରୋନା ସଂକ୍ରମଣକୁ ଏଡାଇ ଦେଇହେବନାହିଁ ବୋଲି ସ୍ପଷ୍ଟ ହୋଇଛି। ନଭେମ୍ବର ୪ ତାରିଖରୁ ସୟଦ୍‌ ମୁସ୍ତାକ ଅଲୀ ଟି-୨୦ ପ୍ରତିଯୋଗିତା ଗୌହାଟୀ ବ୍ୟତୀତ ଲକ୍ଷ୍ନୌ, ବରୋଦ, ଦିଲ୍ଲୀ, ବିଜୟୱାଡା ଏବଂ ହରିୟାଣାରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe