ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଲାଗି ୨୦ ଜଣିଆ ଭାରତୀୟ ଦଳLଓଡ଼ିଶାରୁ ଏକା ବୀରେନ୍ଦ୍ର, ୪ ନୂଆମୁହଁଙ୍କୁ ସୁଯୋଗ

Advertisment
ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଲାଗି ୨୦ ଜଣିଆ ଭାରତୀୟ ଦଳLଓଡ଼ିଶାରୁ ଏକା ବୀରେନ୍ଦ୍ର, ୪ ନୂଆମୁହଁଙ୍କୁ ସୁଯୋଗ

ନୂଆଦିଲ୍ଲୀ,: ନ୍ୟୁଜିଲାଣ୍ଡରେ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତା ଲାଗି ସୋମବାର ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଭାରତ, ବ୍ୟତିତ ବେଲଜିୟମ, ଜାପାନ ଏବଂ ଆୟୋଜକ ନ୍ୟୁଜିଲାଣ୍ଡକୁ ନେଇ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆ ଯାଇଛି। ଚଳିତ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡ଼ିଛି। ୨୫ ବର୍ଷୀୟ ମନପ୍ରୀତ ସିଂହ ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି। ଅନ୍ୟ ପକ୍ଷରେ ଦଳରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରାଙ୍କ ରୂପରେ ମାତ୍ର ଜଣେ ଖେଳାଳି ରହିଛନ୍ତି। ତେବେ ଅଭିଜ୍ଞ ଗୋଲ୍‌ ରକ୍ଷକ ପିଆର ଶ୍ରୀଜେସ୍‌ ଦୀର୍ଘ ୮ ମାସର ବ୍ୟବଧାନ ପରେ ପୁଣି ଥରେ ଜାତୀୟ ଦଳକୁ ଫେରିବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଶ୍ରୀଜେସଙ୍କ ସହ ଭାରତୀୟ ‘ଏ’ ଦଳର ସଦସ୍ୟ କୃଷ୍ଣନ୍‌ ବାହାଦୁର ପାଠକ ଦ୍ୱିତୀୟ ଗୋଲ୍‌ ରକ୍ଷକ ଭାବେ ଦଳରେ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଘୋଷିତ ଦଳରେ ୪ ଜଣ ନବାଗତ ଖେଳାଳିଙ୍କୁ ସ୍ଥାନ ମିଳିଛି।

ସେମାନେ ହେଲେ ଦିଲପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ସିମରନ୍‌ଜିତ୍‌ ସିଂହ ଓ କୃଷ୍ଣନ୍‌ ବାହାଦୁର ପାଠକ। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡର ଦୁଇଟି ସହର ତୌରଙ୍ଗ ଏବଂ ହାମିଲଟନରେ ଖେଳାଯିବ। ଦଳ: ଗୋଲରକ୍ଷକ- ପିଆର ଶ୍ରୀଜେସ୍‌, କୃଷ୍ଣନ୍‌ ବାହାଦୁର ପାଠକ। ରକ୍ଷଣଭାଗ- ହରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ଗୁରଜିନ୍ଦର ସିଂହ, ବରୁଣ କୁମାର, ରୂପିନ୍ଦରପାଲ ସିଂହ, ବୀରେନ୍ଦ୍ର ଲାକ୍ରା। ମଧ୍ୟଭାଗ- ମନପ୍ରୀତ ସିଂହ (ଅଧିନାୟକ), ଚିଙ୍ଗଲାସାନା ସିଂହ କଙ୍ଗୁଜାମ (ଉପଅଧିନାୟକ), ବିବେକ ସାଗର ପ୍ରସାଦ, ହରଜିତ ସିଂହ, ନିଳକଣ୍ଠ ଶର୍ମା, ସତବୀର ସିଂହ। ଅଗ୍ରଭାଗ-ଦିଲପ୍ରୀତ ସିଂହ, ରମଣଦୀପ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅର୍ମାନ କ୍ୟୁରେସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe