ସମ୍ବଲପୁର/ବୁର୍ଲା: ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ରାଜ୍ୟର ବଡ଼ ଘରୋଇ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ‘ଲେଟ୍‌ସ ସଟଲ୍‌’ର ଚତୁର୍ଥ ସଂସ୍କରଣ ବୁର୍ଲାସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ର ଆରମ୍ଭ ହୋଇଛି। ରବିବାର ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫ଟି ବର୍ଗରେ ଚାଲିଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର, ବରଗଡ଼, ଦେବଗଡ଼ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜମ୍ବଲ ୮୦+ ବର୍ଗର ଫାଇନାଲ ଖେଳରେ ରତନ କଠାର ଓ ସୁଦୀପ୍ତ ପ୍ରଧାନ ୨୧-୨୦ ଓ ୨୧-୧୩ ସୁଧୀର କିଷାନ ଓ ପ୍ରଶାନ୍ତ ବେହେରାଙ୍କୁ ହରାଇ ବିଜେତା ହୋଇଛନ୍ତି। ସେହିପରି ସ୍କୁଲ ମିକ୍ସଡ୍‌ ବର୍ଗରେ ଅନିବାସ ସାହୁ ଓ ସାଧିକା ସଂପୂର୍ଣ୍ଣା ଦାଶ ୨୧-୧୦, ୨୧-୯ରେ ଏକାଂଶ ବିଶ୍ବାସ ଓ ସାନ୍‌ଭି ଗାଥାନିଙ୍କୁ ହରାଇ ଟ୍ରଫି ଜିତିଛନ୍ତି। ୧୫ ବର୍ଷରୁ କମ୍‌ ବାଳକ ବର୍ଗରେ ବିରାଜ ପୁରୋହିତ ଓ ଅନିବାସ ସାହୁ ୨୧-୧୪, ୨୧-୧୮ରେ ଏକାଂଶ ବିଶ୍ବାସ ଓ ଇଶାନ ବର୍ମାଙ୍କୁ ହରାଇ ବିଜେତା ହୋଇଛନ୍ତି। 

Advertisment

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ବରିଷ୍ଠ ପୁରୁଷ ବର୍ଗରେ ଶଶାଙ୍କ ଶେଖର ଜେନା ଓ ଜୟକୃଷ୍ଣ ଗର୍ଡ଼ିଆ ୨୧-୧୯, ୨୧-୧୫ ଲକ୍ଷ୍ମଣ ପ୍ରେମ କ୍ରିଷ୍ଣା ଓ ମହମ୍ମଦ ସୋହେଲଙ୍କୁ ହରାଇ ବିଜେତା ହୋଇଛନ୍ତି। ଜମ୍ବଲ ୭୦+ ବର୍ଗରେ ଅଜିତ ସାହୁ ଓ ସୌରଭ ପ୍ରସାଦ ଭୂୟାଁ ୨୧-୧୩, ୨୧-୧୧ରେ ମହମ୍ମଦ ଆକବର ଓ ପ୍ରଶାନ୍ତ ବେହେରାଙ୍କୁ ମାତ୍‌ ଦେଇ ବିଜେତା ହୋଇଛନ୍ତି। ରେଂଗାଲି ବିଧାୟକ ସୁଦର୍ଶନ ହରିପାଲ ଉଦ୍‌ଘାଟକ ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ସମାରୋହରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟ ଅତିଥି ଏବଂ ରେଂଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଜେଡି ପୂର୍ବତନ ଜିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ଏବଂ ବିଜେପି  ନେତା ଇଂ. ସୁଧୀର ବହିଦାର ସମ୍ମାନିିତ ଅତିଥି ଭାବେ ପ୍ରତିଯୋଗିତା ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଭୟ ସଭାକୁ ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ ପରିଚାଳନା କରିଥିବା ବେଳେ ଉଦ୍‌ଘାଟନୀ ସଭାରେ ଏଜିଏମ୍‌ ଗଂଜେନ୍ଦ୍ରନାଥ ମଲ୍ଲିକ ଏବଂ ଉଦ୍‌ଯାପନୀ ସଭାରେ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ‌ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବାଦ ଡିଜିଟାଲର ଆଂଚଳିକ ପ୍ରବନ୍ଧକ ଲଲାଟେନ୍ଦୁ ସ୍ବାଇଁଙ୍କ ସଂଯୋଜନାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା