ବନ୍ଧୁତ୍ୱପୂର୍ଣ୍ଣ ଯୁବ ରଗ୍‌ବି: କିସ୍‌ ବାଳିକା, ଶ୍ରୀଲଙ୍କା ବାଳକ ବିଜେତା

Advertisment
ବନ୍ଧୁତ୍ୱପୂର୍ଣ୍ଣ ଯୁବ ରଗ୍‌ବି: କିସ୍‌ ବାଳିକା, ଶ୍ରୀଲଙ୍କା ବାଳକ ବିଜେତା

ଭୁବନେଶ୍ୱର,: ଜାପାନ ଇଣ୍ଟରନ୍ୟାସ୍‌ନାଲ୍‌ କୋଅପେରେସନ୍‌ ଏଜେନ୍ସି (ଜେଆଇସିଏ) ଏବଂ ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଆଇଆର୍‌ଏଫ୍‌ୟୁ) ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଜସ୍ୱ ଷ୍ଟାଡିୟମ୍‌ରେ ଆୟୋଜିତ ଭାରତ ଓ ଶ୍ରୀଲଙ୍କା ବନ୍ଧୁତ୍ୱପୂର୍ଣ୍ଣ ଯୁବ ରଗ୍‌ବି ପ୍ରତିଯୋଗିତା ଶେଷ ହୋଇଛି। ଜାପାନରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ୨୦୧୯ ରଗ୍‌ବି ବିଶ୍ୱକପ୍‌କୁ ଅଧିକ ଲୋକପ୍ରିୟ ତଥା ଆକର୍ଷଣୀୟ କରି ତୋଳିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ଫାଇନାଲ୍‌ରେ କିସ୍‌ ବାଳିକା ୨୭-୫ରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଜେତା ହୋଇଥିଲା ବେଳେ ଶ୍ରୀଲଙ୍କା ବାଳକ ୧୭-୧୨ରେ କିସ୍‌କୁ ପରାସ୍ତ କରି ବିଜେତା ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜାପାନ ଦୂତାବାସର ସଚିବ ସୋ ମିଉରା, ଜେଆର୍‌ଏଫ୍‌ୟୁ ଅଧ୍ୟକ୍ଷ ତଥା ଏସୀୟ ରଗ୍‌ବିର କାର୍ଯ୍ୟକାରୀ ସଦସ୍ୟ ମାକୋଟୋ ନିଶିକି, ଭୁବନେଶ୍ୱର ବିଧାୟକ ତଥା ଓଆର୍‌ଏଫ୍‌ଏ ସଭାପତି ପ୍ରିୟଦର୍ଶୀ ମିଶ୍ର, ଆଇଆର୍‌ଏଫ୍‌ୟୁ ମହା ପ୍ରବନ୍ଧକ ନାସିର ହୁସେନ୍‌, ଓଆର୍‌ଏଫ୍‌ଏ ସଂପାଦକ ତଥା ସେଣ୍ଟ୍ରାଲ ଇଣ୍ଡିଆ ରଗ୍‌ବି ଜୋନ୍‌ର ସଭାପତି ଉପେନ୍ଦ୍ର ମହାନ୍ତି, ଜେଆଇସିଏ ବରିଷ୍ଠ ପ୍ରତିନିଧି ଟୋରି ଉମେଚି ଏବଂ ଏସ୍‌ଆର୍‌ଏଫ୍‌ୟୁ (ଶ୍ରୀଲଙ୍କା ରଗ୍‌ବି ଫୁଟ୍‌ବଲ୍‌ ସଂଘ)ର କାଉନ୍‌ସିଲ୍‌ ସଦସ୍ୟ ତୁଆନ୍‌ ଜାରୁକ୍‌ଦୁଲ୍‌ ଅତିଥି ଭାବେ ଯୋଗଦେଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାର ଉଭୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବରୁ ଜେଆର୍‌ଏଫ୍‌ୟୁ, ଆଇଆର୍‌ଏଫ୍‌ୟୁ, ଓଆର୍‌ଏଫ୍‌ୟୁ (ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ) ଏବଂ ଜେଆଇସିଏର ଉଚ୍ଚପଦସ୍ଥ ଅଧିକାରୀମାନେ ୧୫ ଓ ୧୬ ତାରିଖରେ ଆୟୋଜିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe