ଫିଫା ବିଶ୍ୱକପ୍‌: ପୋଗବାଙ୍କ ଗୋଲ ବଳରେ ୨-୧ରେ ଫ୍ରାନ୍ସ ବିଜୟୀ, ହାରିଲା ଅଷ୍ଟ୍ରେଲିଆ

Advertisment
ଫିଫା ବିଶ୍ୱକପ୍‌: ପୋଗବାଙ୍କ ଗୋଲ ବଳରେ ୨-୧ରେ ଫ୍ରାନ୍ସ ବିଜୟୀ, ହାରିଲା ଅଷ୍ଟ୍ରେଲିଆ

କଜାନ(ରୁଷିଆ): ଷ୍ଟାର ଷ୍ଟ୍ରାଇକର ପଲ ପୋଗବାଙ୍କ ୮୧ତମ ମିନିଟରେ ଗୋଲ ବଳରେ ପୂର୍ବତନ ବିଜେତା ଫାନ୍ସ ଶନିବାର କଜାନ ଏରିନା ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ-ସି ମୁକାବିଲାରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ୨୧ତମ ଫିଫା ବିଶ୍ୱକପ୍‌ ୨୦୧୮ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ପାଇଁ ଆଟୋନିୟା ଗ୍ରୀଜମ୍ୟାନ (୫୮ ମିନିଟ) ଓ ପୋଗବା ଗୋଲ କରିଥିଲେ। ସେହିଭଳି ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ମିଲେ ଜେଡିନାକ ୬୨ ମିନିଟରେ ଗୋଲ ଦେଇଥିଲେ।

ପ୍ରଥମ ହାଫରେ କୌଣସି ଗୋଲ ହୋଇ ନଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଫ୍ରାନ୍ସକୁ ଅଧିକ ସୁଯୋଗ ଦେଇ ନଥିଲା। ଫ୍ରାନ୍ସର ମୁଖ୍ୟ ଖେଳାଳି ଗ୍ରୀଜମ୍ୟାନ ମଧ୍ୟ ମନଇଚ୍ଛା ଖେଳିପାରି ନଥିଲେ। ତଥାପି ଅଷ୍ଟ୍ରେଲିଆ ତୁଳନାରେ ଫ୍ରାନ୍ସର ଖେଳାଳିମାନେ ଅଧିକ ସକ୍ରିୟ ଥିଲେ କିନ୍ତୁ ବଲକୁ ଗୋଲ ପୋଷ୍ଟ ପର୍ଯ୍ୟନ୍ତ ନେଇ ପାରୁ ନ ଥିଲେ। ଦ୍ୱିତୀୟ ହାଫରେ ଖେଳ ଓଲଟା ଦେଖା ଯାଇଥିଲା। ପ୍ରଥମ ହାଫରେ କୌଣସି ଗୋଲ ହୋଇ ନଥିବା ବେଳେ ୨ୟ ହାଫରେ ୩ଟି ଗୋଲ ହୋଇଥିଲା।

ପ୍ରଥମ ହାଫର ୨ୟ ମିନିଟରେ ଗୋଲ ଦେବା ପାଇଁ ଫ୍ରାନ୍ସ ପାଖରେ ସୁଯୋଗ ଥିଲା। ଷ୍ଟାର ଖେଳାଳି କାୟଲିନ ମ୍ବାପେ ଅଷ୍ଟ୍ରେଲିଆ ଡିଫେନ୍ସଙ୍କୁ ଅତିକ୍ରମ କରି ଗୋଲ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କାରଣ ଅଷ୍ଟ୍ରେଲିଆର ଗୋଲକିପର ମେଟ ର୍ୟାନ ବଲକୁ ଧରି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe