କଳିଙ୍ଗ ଷ୍ଟାଡିୟମ ବୁଲିଲେ ଫ୍ର‌ାନ୍ସ ରାଷ୍ଟ୍ରଦୂତ

Advertisment
କଳିଙ୍ଗ ଷ୍ଟାଡିୟମ ବୁଲିଲେ ଫ୍ର‌ାନ୍ସ ରାଷ୍ଟ୍ରଦୂତ

ଇଣ୍ଡୋ-ଫ୍ରେଞ୍ଚ ଦ୍ବୈତ ଡିଗ୍ରିର ଶୁଭାରମ୍ଭ ଅବସରରେ ଭୁବନେଶ୍ବର ଆସିଥିବା ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ ଲେନୈନ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିଛନ୍ତି। ଏହି ଗସ୍ତ ବେଳେ ସେ କଳିଙ୍ଗ ଷ୍ଟାଡିୟମରେ ଥିବା ଟାଟା-ନାଭାଲ ହକି ଉଚ୍ଚଗୁଣବତ୍ତା କେନ୍ଦ୍ର ଏବଂ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ଉଚ୍ଚଗୁଣବତ୍ତା କେନ୍ଦ୍ର (ଏବିଟିପି)ରେ ପହଞ୍ଚି ଭାବ ବିନିମୟ କରିଥିଲେ। ସେ ହକି ଖେଳାଳିଙ୍କ ସହ କିଛି ସମୟ ଖେଳିବାର ମଜା ମଧ୍ୟ ନେଇଥିଲେ। କଳିଙ୍ଗ ଷ୍ଟାଡିୟମରେ ‌ଉଠାଇଥିବା ଫଟୋକୁ ଲେନୈନ ନିଜ ଟ୍ବିଟର୍‌ ପୃଷ୍ଠାରେ ପକାଇ ଓଡ଼ିଶା ସହ କଳିଙ୍ଗ ଷ୍ଟାଡିୟମ ଏବଂ ଏହାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe