ଫ୍ରେଞ୍ଚ ଓପନ୍‌: ଫାଇନାଲ୍‌ରେ ପାଭ୍‌ଲ୍ୟୁଚେଙ୍କୋଭା

Advertisment
ଫ୍ରେଞ୍ଚ ଓପନ୍‌: ଫାଇନାଲ୍‌ରେ ପାଭ୍‌ଲ୍ୟୁଚେଙ୍କୋଭା

ପ୍ୟାରିସ: ରୁଷିଆର ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭା ଚଳିତ ଫ୍ରେଞ୍ଚ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ସେମିଫାଇନାଲ୍‌ରେ ୩୧ ମାନ୍ୟତାପ୍ରାପ୍ତ ପାଭ୍‌ଲ୍ୟୁଚେଙ୍କୋଭା ସିଧାସଳଖ ୭-୫, ୬-୩ ସେଟ୍‌‌ରେ ସ୍ଲୋଭେନିଆର ତାମରା ଜିଦାଁ‌ନ୍‌ସେକଙ୍କୁ ପରାସ୍ତ କରିଥିଲେ। ଏକ ଦଶନ୍ଧି ପୂର୍ବେ ଏଠାରେ କ୍ବାର୍ଟର ଫାଇନାଲ୍‌ରେ ଖେଳିଥିବା ପାଭ୍‌‌ଲ୍ୟୁଚେଙ୍କୋଭା ରେକର୍ଡ ୫୨ ପ୍ରୟାସ ପରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ସକ୍ଷମ ହୋଇଛନ୍ତି। ୫୦ ଗ୍ରାଣ୍ଡ ସ୍ଲାମ୍‌ ମ୍ୟାଚ୍‌ ଖେଳିବା ପରେ ଫାଇନାଲ୍‌ ପହଞ୍ଚିବାରେ ସେ ପ୍ରଥମ ମହିଳା ହୋଇଛନ୍ତି।

ସେ ୪୪ ସେଟ୍‌ ପରେ ୨୦୧୫ ୟୁଏସ୍‌ ଓପନ୍‌ର ଫାଇନାଲ୍‌ରେ ପହଞ୍ଚିଥିବା ଇଟାଲିର ରୋର୍ବତା ଭିନ୍‌ସିଙ୍କ ଏହି ଅଲୋଡ଼ା କୀର୍ତ୍ତିମାନ ଭାଙ୍ଗିଥିଲେ। ଭିନ୍‌ସି ଫାଇନାଲ୍‌ରେ ହାରି ଉପବିଜେତାରେ ସନ୍ତୁୁଷ୍ଟ ରହିଥିଲେ। ଗ୍ରାଣ୍ଡ ସ୍ଲାମ୍‌ ପଦାର୍ପଣର ୧୪ ବର୍ଷ ପ‌ରେ ଫାଇନାଲ୍‌ରେ ପହଞ୍ଚିଥିବା ୨୯ ବଷୀୟା ଏହି ରୁଷୀୟ ମହିଳା ଶନିବାର ଟ୍ରଫି ଲଢ଼େଇରେ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ଓ ଗ୍ରିକ୍‌ର ମାରିଆ ସାକାରିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ ବିଜେତାକୁ ଭେଟିବେ। ସୂଚନାଯୋଗ୍ୟ ଯେ ୧୯୭୮ ଅଷ୍ଟ୍ରେଲିଆ ଓପନ୍‌ ପରେ ପ୍ରଥମ ଥର ଲାଗି ମହିଳା ଏକକ ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ରେ କୌଣସି ଶୀର୍ଷ ମାନ୍ୟତା ଖେଳାଳି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe