ମଦନପୁର କପ୍‌ କ୍ବାର୍ଟରରେ ଫ୍ରେଣ୍ଡସ ପାରାଡ଼ାଇଜ, ଗାଦିଶ୍ବର

Advertisment
ମଦନପୁର କପ୍‌ କ୍ବାର୍ଟରରେ ଫ୍ରେଣ୍ଡସ ପାରାଡ଼ାଇଜ, ଗାଦିଶ୍ବର

ଭୁବନେଶ୍ବର: ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ମଦନପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ଫ୍ରେଣ୍ଡ୍ସ ପାରାଡାଇଜ୍‌ ଜୁନିଅର ଏବଂ କୁଜିମହୁଲର ଗାଦିଶ୍ବର ଦଳ ପହଞ୍ଚିଛନ୍ତି। ବୁଧବାର ଏହି ଦୁଇ ଦଳ ମଧ୍ୟ‌ରେ ଖେଳାଯାଇଥିବା ମ୍ୟାଚ୍‌ ୦-୦ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଏଥିସହ ଉଭୟଙ୍କ ମୋଟ ପଏଣ୍ଟ ୪ରେ ପହଞ୍ଚିବା ସହ କ୍ବାର୍ଟର ସ୍ଥାନ ନିଶ୍ଚିତ କରିଥିଲେ। ଫ୍ରେଣ୍ଡ୍ସ ପାରାଡାଇଜ୍‌ର ଶିଶିର ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଞ୍ଝଗିରିର ମହାବୀର କ୍ଲବ୍‌ ଅନୁପସ୍ଥିତ ରହିବାରୁ ନବଜ୍ୟୋତି କ୍ଲବ୍‌ ବିଜେତା ଘୋଷିତ ହୋଇଥିଲା। ମ୍ୟାଚ୍‌ରେ ମନୋରଂଜନ ଖୁଣ୍ଟିଆ, ଲଳିତ ମୋହନ ବଳିୟାରସିଂହ ଓ ନଜିବୁର ରେହମାନ ରେଫରି ଥିଲେ। ଗୁରୁବାର ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍‌ରେ ଘାଟିକିଆର ବଜରଙ୍ଗବାଲୀ ଓ ଜାଗମରାର ଖଣ୍ଡଗିରି ଫୁଟ୍‌ବଲ୍‌ କ୍ଲବ୍‌ ଏବଂ କରଡ଼ାପଲ୍ଲୀର ପାୱାର କ୍ଲବ୍‌ ଓ ଭୁବନେଶ୍ବରର ଶିବଶକ୍ତି କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe