ପ୍ରଶିକ୍ଷକରୁ ଲେଖକ ପାଲଟିଯାଇଛନ୍ତି ମାରିନ୍‌

Advertisment

From the coach to the author, Marin

From the coach to the author, Marin

ପ୍ରଶିକ୍ଷକରୁ ଲେଖକ ପାଲଟିଯାଇଛନ୍ତି ମାରିନ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ ବେଳେ ପରିବାରଠୁ ଦୂରରେ ରହୁଥିବା ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏଡ ମାରିନ୍‌ ଏବେ ଭାରତରେ ପାଇଥିବା ଅଭିଜ୍ଞତାକୁ ନେଇ ଏକ ବହି ଲେଖିବାରେ ଲାଗିପଡ଼ିଛନ୍ତି। ସମସ୍ତଙ୍କ ଭଳି ପରିବାରଠୁ ଦୂରରେ ରହିବା ତାଙ୍କୁ ମଧ୍ୟ କଷ୍ଟ ଦେଉଛି। ତେଣୁ ନିଜକୁ ଯେତେ ଅଧିକ ବ୍ୟସ୍ତ ରଖିବାକୁ ସେ ଚେଷ୍ଟା କରୁଛନ୍ତି। ଫାଙ୍କା ସମୟ ମିଳୁଥିବା ବେଳେ ବହି ଲେଖିବାକୁ ସେ ଭଲପାଉଥିବା ଏକ ସାକ୍ଷାତକାରରେ କହିଛନ୍ତି।

ନେଦରଲାଣ୍ଡର ମୂଳ ବାସିନ୍ଦା ମାରିନ୍‌ ଏବେ ବେଙ୍ଗାଲୁରୁସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ଅଟକି ରହିଛନ୍ତି। ଭାରତରେ ପାଖାପାଖି ସାଢେ ୩ ବର୍ଷ ରହଣି ସମୟରେ ତାଙ୍କ ସହିତ ଘଟିଥିବା ଅନେକ ଘଟଣା ଘଟିଛି, ଯାହାକି ପ୍ରଶିକ୍ଷକ ଓ ବ୍ୟାବସାୟିକ ଜୀବନରେ ସହାୟକ ହେବ ବୋଲି ସେ କୁହନ୍ତି। ତଥାପି ଏବେ ପ୍ରତ୍ୟେକ ଦିନକୁ ଭଲରେ ଅନୁୁଧ୍ୟାନ କରୁଛି। ଘରେ ମୋ ପରିବାର ଏବେ ଭଲରେ ଅଛି ଓ ସ୍ଥିତି ମଧ୍ୟ ନିୟନ୍ତ୍ରଣରେ ରହିଛି। ତାଙ୍କ ପତ୍ନୀଙ୍କ ଦକ୍ଷତା ଯୋଗୁଁ ଏବେ ଘରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି। ପତ୍ନୀଙ୍କ ସହଯୋଗ ନଥିଲେ ସେ ଏଠାରେ ରହିପାରିନଥାନ୍ତେ। ଯଦିଓ ଏହା ଏକ କଠିନ ନିଷ୍ପତ୍ତି, ତଥାପି ଦଳ ଓ ଭାରତ ପାଇଁ ତାଙ୍କର ଦାୟିତ୍ବ ରହିଛି। ତେଣୁ ତାଲାବନ୍ଦ ଘୋଷଣା ହେବା ପୂର୍ବରୁ ସେ ଭାରତ ଛାଡ଼ିବାକୁ ଯାଉଥିବା ବେଳେ ପରେ ଫେରିଆସିଥିଲେ। ଏବେ ଭାରତୀୟ ଦଳ ସହ ସେ ମଧ୍ୟ ବେଙ୍ଗାଲୁରୁରେ ରହିଯାଇଛନ୍ତି। ତେଣୁ ତାଲାବନ୍ଦ କଟକଣା ହଟାଯିବା ଘୋଷଣା ହୋଇନଥିବାରୁ, ଏହି ସମୟରେ ଦଳକୁ ସଂପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଇପାରୁଛି ଏବଂ ଖେଳାଳିଙ୍କ ଭିତରେ ସାମଞ୍ଜସ୍ୟ ବୃଦ୍ଧି ପାଉଥିବା ମାରିନ୍‌ କହିଛନ୍ତି। ଭାରତୀୟ ‌ଖେଳାଳିମାନେ ଏବେ ପ୍ରେରଣାଦାୟୀ ସିନେମା ‘ମେରି କମ୍‌’ ଓ ‘ଦଙ୍ଗଲ’ ମଧ୍ୟ ଦେଖୁଥିବା ସେ ସୂଚନା ଦେଇଛନ୍ତି। କିଛି ଖେଳାଳି ବି ଇଂରାଜୀ ଶିଖିବାରେ ଲାଗିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe