୨୦୧୯ରୁ ହକିର ବ୍ୟାପକ ପ୍ରସାର

Advertisment

ପ୍ରଥମ ଥର ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଏବଂ ପ୍ରୋ ଲିଗ୍‌

ପ୍ରଥମ ଥର ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଏବଂ ପ୍ରୋ ଲିଗ୍‌

୨୦୧୯ରୁ ହକିର ବ୍ୟାପକ ପ୍ରସାର

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ନୂଆ ମାନଦଣ୍ଡ ଛାଡ଼ିବାକୁ ଯାଉଥିବା ବେଳେ ନୂଆ ବର୍ଷ ଏହି ଖେଳ ପାଇଁ ବ୍ୟାପକ ସମ୍ପ୍ରସାରଣ ଯୋଜନା ନେଇ ଆସୁଛି। ୨୦୧୯ ମସିହାରୁ ହକି ଖେଳ ଓ ଖେଳାଳିଙ୍କ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି ମଙ୍ଗଳବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଘୋଷଣା କରିଛି। ବିଶ୍ବରେ ହକି ଖେଳ ସହିତ ପ୍ରଶଂସକ, ଅନୁଗାମୀ ଏବଂ ଖେଳାଳିଙ୍କୁ ଯୋଡ଼ିବାର ଅଭିନବ ପ୍ରୟାସମାନ ଆରମ୍ଭ କରିବାକୁ ଯାଉଛି। ୨୦୧୯ ମସିହା ଜାନୁଆରି ୧୦ ତାରିଖରୁ ଏଫ୍‌ଆଇଏଚ୍‌ ଏକ ନଆ ୱେବସାଇଟ୍‌ ଉନ୍ମୋଚନ କରିବା ପରେ ଏହାକୁ ଫେସ୍‌ବୁକ, ଟ୍ବିଟର୍ ଆଦି ସାମାଜିକ ଗଣମାଧ୍ୟମ ସହ ସଂଯୁକ୍ତ କରିବ। ଖେଳାଳିଙ୍କ ପ୍ରୋଫାଇଲ ବି ସ୍ଥାନ ପାଇବ। ଏଥିରେ ବିଶ୍ବବ୍ୟାପୀ ହେଉଥିବା ସମସ୍ତ ଅନ୍ତର୍ଜାତୀୟ, ଜାତୀୟ ଏବଂ ଘରୋଇ ମ୍ୟାଚ୍‌ଗୁଡ଼ିକର ପ୍ରସାରିଣ କରାଯିବ ବୋଲି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଳେକ୍ସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଏଫ୍‌ଆଇଏଚ୍‌ର ପ୍ରସାରଣ ଓ ଟେଲିଭିଜନ ନିର୍ଦେଶକ ଆଣ୍ଡି ଓରାମ।
ବର୍ଷକୁ ପ୍ରାୟ ୧୫୨ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଛି। କିନ୍ତୁ ସବୁ ବର୍ଗ ଏଫ୍‌ଆଇଏଚ୍ ମ୍ୟାଚ୍‌କୁ ଛାଡିଦେଲେ ମୋଟ ୩୦, ୪୧୮ ବିଭିନ୍ନ ଲିଗ୍ ଓ ଘରୋଇ ମ୍ୟାଚ୍ ଖେଳାଯାଉଛି। ଏସବୁକୁ ପ୍ରସାରିତ କରିବା ପାଇଁ ଏଫ୍‌ଆଇଏଚ୍ ଅନ୍ୟମାନଙ୍କୁ ସୁଯୋଗ ପ୍ରଦାନ କରିବ। ଏହା ବ୍ୟତୀତ ୨୦୧୯ରେ ପ୍ରଥମ ଥର ପାଇଁ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଉଭୟ ପୁରୁଷ ଏବଂ ମହିଳା ବର୍ଗ ପାଇଁ ଅନୁଷ୍ଠିତ ହେବ। ପୁରୁଷ ବର୍ଗର ପ୍ରତିଯୋଗିତା ୮ ଦଳୀୟ ଓ ୨୨ ମ୍ୟାଚ୍ ବିଶିଷ୍ଟ ରହିଛି। ଏହା ମାଲେସିଆ, ଫ୍ରାନ୍ସ ଏବଂ ଭାରତରେ ଖେଳାଯିବ।

ଭାରତରେ ହେବାକୁ ଥିବା ଏହି ପର୍ଯ୍ୟାୟ ଜୁନ୍ ମାସରେ (୬-୧୬) ଭୁବନେଶ୍ବରରେ ହେବ। ସମାନ ଦଳ ଏବଂ ମ୍ୟାଚ୍ ବିଶିଷ୍ଟ ମହିଳା ବର୍ଗର ପ୍ରତିଯୋଗିତା ଆୟର୍ଲାଣ୍ଡ, ଜାପାନ ଏବଂ ସ୍ପେନ୍‌ରେ‌ ଖେଳାଯିବ। ୧୪ ମ୍ୟାଚ୍ ବିଶିଷ୍ଟ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ (ଉଭୟ ପୁରୁଷ ଓ ମହିଳା) ସହିତ ପ୍ରଥମ ଥର ପାଇଁ ମଧ୍ୟ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍ ଖେଳାଯିବ। ପ୍ରୋ ଲିଗ୍‌ରେ ୭୭ ମ୍ୟାଚ୍ ପରେ ଫାଇନାଲ୍ ଖେଳାଯିବ। ପ୍ରସାରଣ ବ୍ୟବସ୍ଥାକୁ ବ୍ୟାପକ କରିବା ଏବଂ ରାଜସ୍ବ ବଢ଼ାଇବା ଢାଞ୍ଚାକୁ ଅଧିକ ଶାଣିତ କରିବାକୁ ମଧ୍ୟ ଏଫ୍‌ଆଇଏଚ୍ ଖସଡ଼ା ପ୍ରସ୍ତୁତ କରିଛି ବୋଲି ଓରାମ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe