ରସିକ ରାତାରାତି କୋଟିପତି: ପ୍ରଥମ ଦିନରେ କିଣାବିକା ହେଲେ ୭୨ ଖେଳାଳି

Advertisment

ଜମ୍ମୁ କାଶ୍ମୀର ବୋଲର ରସିକ ସଲାମ ଦାର୍‌ ରାତାରାତି ୬ କୋଟିର ମାଲିକ ହୋଇଛନ୍ତି। ରବିବାରର ଆଇପିଏଲ୍ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ତାଙ୍କୁ ନେବା ଲାଗି ଜୋରଦାର ଲଢ଼େଇ ହୋଇଥିଲା।

ଜମ୍ମୁ କାଶ୍ମୀର ବୋଲର ରସିକ ସଲାମ ଦାର୍‌ ରାତାରାତି ୬ କୋଟିର ମାଲିକ ହୋଇଛନ୍ତି। ରବିବାରର ଆଇପିଏଲ୍ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ତାଙ୍କୁ ନେବା ଲାଗି ଜୋରଦାର ଲଢ଼େଇ ହୋଇଥିଲା।

fhfsfhffhhshf

ଜେଦା: ଜମ୍ମୁ କାଶ୍ମୀର ବୋଲର ରସିକ ସଲାମ ଦାର୍‌ ରାତାରାତି ୬ କୋଟିର ମାଲିକ ହୋଇଛନ୍ତି। ରବିବାରର ଆଇପିଏଲ୍ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ତାଙ୍କୁ ନେବା ଲାଗି ଜୋରଦାର ଲଢ଼େଇ ହୋଇଥିଲା। ୩୦ ଲକ୍ଷ ଟଙ୍କା ମୂଳ ଦର ଥିବା ରସିକଙ୍କୁ ନେବା ଲାଗି ସନ୍‌ରାଇଜର୍ସ ପ୍ରଥମେ ୧ ଏବଂ ପରେ ୨ କୋଟି ଟଙ୍କାର ବିଡ୍ କରିଥିଲା। ଦିଲ୍ଲୀ ରାଇଟ୍ ଟୁ ମ୍ୟାଚ୍ କାର୍ଡ ଉପଯୋଗ କରିବା ପରେ ସନ୍‌ରାଇଜର୍ସ ନିଜ ବିଡ୍‌ ୬ କୋଟି ଟଙ୍କାକୁ ବଢ଼ାଇ ଦେଇଥିଲା। ବହୁ ବିଚାର ବିମର୍ଷ ପରେ ଦିଲ୍ଲୀ ଶେଷରେ ରସିକଙ୍କୁ ନେବା ଦୌଡ଼ରୁ ଓହରି ଯାଇଥିଲା। ହେଲେ ଏହା ପୂର୍ବରୁ ରସିକ ସବୁଠାରୁ ଦାମୀ ଅଣଅନ୍ତର୍ଜାତୀୟ ଖେଳାଳି ପାଲଟି ସାରିଥିଲେ।

ପ୍ରଥମ ଦିନରେ କିଣାବିକା ହେଲେ ୭୨ ଖେଳାଳି
୨୪ ବିଦେଶୀ, ୪୮ ଘରୋଇ ତାରକା
୧୦ ଫ୍ରାଞ୍ଚାଇଜ ଖର୍ଚ୍ଚ କଲେ ୪୬୭.୯୫ କୋଟି

ଅନ୍ୟମାନଙ୍କ ମଧ୍ୟରେ ବୈଶାଖ ବିଜୟକୁମାର, ବୈଭବ ଅରୋରା, ୟଶ୍ ଠାକୁର, ସିମରନ୍‌ଜିତ୍ ସିଂହ, ଅବଦୁଲ ସମଦ ଯଥାକ୍ରମେ ୧.୮୦. ୧.୮୦. ୧.୬୦, ୧.୫୦  ଓ ୪.୨୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ନମନ ଧିରଙ୍କ ପାଇଁ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିଥିଲା ମୁମ୍ବାଇ। ତାଙ୍କୁ ପୁଣି ଥରେ ଦଳରେ ରଖିବା ଲାଗି ୫.୨୫ କୋଟି ଟଙ୍କା ଦେଇଥିଲା। ସୂୟାସ ଶର୍ମାଙ୍କୁ ଆର୍‌ସିବି ୨.୬୦ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରି ଦେଇଥିଲା। ଦୁଇ ଦିନିଆ ନିଲାମର ପ୍ରଥମ ଦିନରେ ରବିବାର ମୋଟ ୭୨ଜଣ ଖେଳାଳି କିଣା ବିକା ହୋଇଥିଲେ। ସେଥିମଧ୍ୟରେ ୨୪ଜଣ ବିଦେଶୀ ଏବଂ ୪୮ଜଣ ଘରୋଇ ଖେଳାଳି ଥିଲେ। ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ ‌ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe