ଆଇପିଏଲ-୧୧: ପଞ୍ଜାବରୁ ଖେଳିବେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ ଗେଲ

ଆଇପିଏଲ-୧୧: ପଞ୍ଜାବରୁ ଖେଳିବେ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ ଗେଲ

ବେଙ୍ଗାଲୁରୁ: ବିସ୍ଫୋରକ ବ୍ୟାଟସ୍‌ମ୍ୟାନ କ୍ରିସ ଗେଲ ଆଗାମୀ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଟିମ୍‌ ‘କିଙ୍ଗ ଏକସ୍‌ଆଇ ପଞ୍ଜାବ’ ତରଫରୁ ମ୍ୟାଚ୍‌ ଖେଳିବେ। ଏଥି ପାଇଁ ଗେଲଙ୍କୁ ୨ କୋଟି ଟଙ୍କାରେ କିଣିଛି କିଙ୍ଗସ୍‌ ଇଲେଭେନ ପଞ୍ଜାବ। ଦୀର୍ଘ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳି ଆସୁଥିବା ଗେଲ୍‌କୁ ନେଇ ପଞ୍ଜାବ ଟିମ୍‌ ରବିବାର ଉତ୍ସାହିତ ଦେଖାଯାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଟିମ୍‌ ସମର୍ଥକ ଗେଲ୍‌ଙ୍କ ଅନୁପସ୍ଥିତିରେ କିଛି ମାତ୍ରାରେ ମନ ଦୁଃଖ କରିବା ନିଶ୍ଚିତ।

publive-image

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୧ତମ ସଂସ୍କରଣ ପାଇଁ ରବିବାର ଖେଳାଳିମାନଙ୍କର ନିଲାମି ପ୍ରକ୍ରିୟା ଶେଷ ହୋଇଯାଇଛି। ଦୁଇ ଦିବସୀୟ ନିଲାମିରେ ସମୁଦାୟ ୧୬୯ ଖେଳାଳୀଙ୍କର ନିଲାମି ହୋଇଛି। ଏହି ନିଲାମିରେ ୧୧୩ ଜଣ ଭାରତୀୟ ଖେଳାଳୀ ରହିଥିବା ବେଳେ ୫୬ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ୯୧ ଜଣ କ୍ୟାପ ଏବଂ ୭୮ ଜଣ ଅନ୍‌କ୍ୟାପ ଖେଳାଳି ରହିଛନ୍ତି। ସେହିପରି ଜଣେ ଆସୋସିଏଟ୍‌ ଦେଶର କ୍ରକେଟର ସାମିଲ ଅଛନ୍ତି। ଏହି ନିଲାମି ସମୟରେ ସମସ୍ତ ଫ୍ରାନଚାଇସ ତରଫରୁ ମୋଟ ଉପରେ ୪୩୧.୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଆଇପିଏଲ ସିଜନ ୨୦୧୮ରେ ବ୍ରେନ ଷ୍ଟ୍ରୋକ ସବୁଠାରୁ ଦାମୀ ଖିଲାଡ଼ି ଭାବେ ନିଳାମ ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ ୧୨.୫ କୋଟି ଟଙ୍କାରେ କିଣିଛନ୍ତି । ତାଙ୍କ ପରେ ଦ୍ୱିତୀୟ ଦାମୀ ଖେଳାଳୀ ରହିଛନ୍ତି ଜୟଦେବ ଉନ୍ନାଦକର । ତାଙ୍କୁ ମଧ୍ୟ ରାଜସ୍ଥାନ ୧୧.୫ କୋଟି ଟଙ୍କାରେ କିଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe