ଗେଲ୍‌ ପୁଣି ଗର୍ଜିଲେ:ଆଫ୍ରିଦିଙ୍କ ସର୍ବାଧିକ ଛକା କୀର୍ତ୍ତିମାନର ସମକକ୍ଷ

Advertisment
ଗେଲ୍‌ ପୁଣି ଗର୍ଜିଲେ:ଆଫ୍ରିଦିଙ୍କ ସର୍ବାଧିକ ଛକା କୀର୍ତ୍ତିମାନର ସମକକ୍ଷ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବା ତାଲିକାରେ େଓ୍ଵଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଏବେ ୪୭୬ ଲେଖାଏଁ ଛକା ମାରି ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ସେଣ୍ଟକିଟ୍ସଠାରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ପାଞ୍ଚଟି ବିଶାଳ ଛକା ମାରି ଗେଲ୍‌ ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଏହି ନୂଆ କୀର୍ତ୍ତିିମାନ ଯୋଡ଼ି ନେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ଆଫ୍ରିଦିଙ୍କ ନାଁରେ ଥିଲା। ଗେଲ୍‌ କିନ୍ତୁ ଖୁବଶୀଘ୍ର ତାଙ୍କୁ ଟପି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଆଫ୍ରିଦି ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲା ବେଳେ ଗେଲ୍‌ ବେଶ୍‌ ସକ୍ରୀୟ ଅଛନ୍ତି।

ଗେଲ୍‌ ମଧ୍ୟ ଆଫ୍ରିଦିଙ୍କଠାରୁ କମ୍‌ ମ୍ୟାଚ୍‌ ଖେଳି ତାଙ୍କ ସହ ସମକକ୍ଷ ହୋଇ ପାରିଛନ୍ତି। ଆଫ୍ରିଦି ୫୨୪ ମ୍ୟାଚ୍‌ରେ ୪୭୬ ଛକା ମାରିଥିଲେ। ଗେଲ୍‌ ମାତ୍ର ୪୪୩ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ତାଙ୍କ ସହ ସମକକ୍ଷ ହୋଇ ପାରିଛନ୍ତି। ଆଫ୍ରିଦି ଦିନିକିଆରେ ୩୫୧, ଟେ୍ଵଣ୍ଟି-୨୦ରେ ୭୩ ଏବଂ ଟେଷ୍ଟ୍‌ରେ ୫୨ ଛକା ମାରିଛନ୍ତି। ଅନ୍ୟପକ୍ଷରେ ଗେଲ୍‌ ଦିନିକିଆରେ ୨୭୫, ଟେ୍ଵଣ୍ଟି-୨୦ରେ ୧୦୩ ଏବଂ ଟେଷ୍ଟ କ୍ରିକେଟ୍‌ରେ ୯୮ ଛକା ମାରିଛନ୍ତି। ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୫୦୪ ମ୍ୟାଚ୍‌ରୁ ୩୪୨ ଛକା ମାରି ପଞ୍ଚମ ସ୍ଥାନରେ ରହିଛନ୍ତି। ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ବାଂଲାଦେଶ ଶନିବାରର ତୃତୀୟ ଦିନିକିଆକୁ ୧୮ ରନ୍‌ରେ ଜିତି ତିନି ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe