ଚଳିତ ଆଇପିଏଲ୍‌ରେ କାର୍ତିକଙ୍କୁ ଗମ୍ଭୀରଙ୍କ ପରାମର୍ଶ

Advertisment
ଚଳିତ ଆଇପିଏଲ୍‌ରେ କାର୍ତିକଙ୍କୁ ଗମ୍ଭୀରଙ୍କ ପରାମର୍ଶ

Ampinity News

ସାର୍‌ଜା: ଚଳିତ ଆଇପିଏଲ୍‌ରେ ସଂଘର୍ଷ କରୁଥିବା କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଦୀନେଶ କାର୍ତିକଙ୍କୁ ଏହି ଦଳକୁ ୨ ଥର ବିଜେତା କରାଇଥିବା ପୂର୍ବ ଅଧିନାୟକ ଗୌତମ ଗମ୍ଭୀର କିଛି ମୂଲ୍ୟବାନ ପରାମର୍ଶ ଦେଇଛନ୍ତି। କାର୍ତିକ ବ୍ୟାଟିଂକ୍ରମରେ ନିମ୍ନକୁ ଆସିବା ସହିତ ବିଶେଷକରି ଇଅନ୍‌ ମୋର୍ଗାନ୍‌ ଓ ଆନ୍ଦ୍ରେ ରସେଲଙ୍କ ପରେ ବ୍ୟାଟିଂ କରିବା ଉଚିତ। ପୁଣି ସୁନିଲ ନରିନ୍‌ଙ୍କୁ ଶୀର୍ଷକ୍ରମରୁ ବାଦ୍‌ ଦେବା ଉଚିତ ‌ବୋଲି ଗମ୍ଭୀର ପରାମର୍ଶ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ୩ ନମ୍ବରରେ ବ୍ୟାଟିଂ କରି ୨୩ ବଲ୍‌ରୁ ୩୦ ରନ୍‌ କରିବା ବ୍ୟତୀତ ମୋର୍ଗାନ୍‌ଙ୍କ ପୂର୍ବରୁ ବ୍ୟାଟିଂ କରି କାର୍ତିକ ପ୍ରତିଯୋଗିତାରେ କୌଣସି ଦୃଷ୍ଟାନ୍ତମୂଳକ ସ୍କୋର୍‌ କରିବାରେ ବିଫଳ ହୋଇଛନ୍ତି।

ଏହି ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଶନିବାର ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ୫ ନମ୍ବରରେ ବ୍ୟାଟିଂ କରି ୬ ରନ୍‌ କରିଥିଲେ। କିନ୍ତୁ ସେହି ମ୍ୟାଚ୍‌ରେ ମୋର୍ଗାନ୍‌ (୧୮ ବଲ୍‌ରୁ ୪୪) ଏବଂ ରାହୁଲ ତ୍ରିପାଠୀ (୧୬ ବଲ୍‌ରୁ ୩୬) ସଫଳ ପିଛା କରିବାର ଆଶା ସଞ୍ଚାର କରିଥିଲେ। ତେଣୁ କାର୍ତିକ ମୋର୍ଗାନ୍‌ ଏବଂ ରସେଲଙ୍କ ପୂର୍ବରୁ ନଆସି ୬ ନମ୍ବରରେ ବ୍ୟାଟିଂ କରନ୍ତୁ ବୋଲି ଗମ୍ଭୀର ତାଙ୍କୁ ସୁଚିନ୍ତିତ ପରାମର୍ଶ ଯାଚିଛନ୍ତି। ଯଦି ମୋର୍ଗାନ୍‌ ୪ ଏବଂ ରସେଲ ୫ ନମ୍ବରରେ ବ୍ୟାଟିଂ କରିବେ ତାହାଲେ କାର୍ତିକ ତାଙ୍କ ପଛକୁ ଆସିବା ଉଚିତ ବୋଲି ଗମ୍ଭୀର କହିଛନ୍ତି। ଅନ୍ୟପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତୀଙ୍କୁ ୧୯ତମ ଓଭର ବୋଲିଂ ଦେଇ କାର୍ତିକ ଆଉ ଏକ ଭୂଲ୍‌ ଆକଳନ କରିଥିଲେ। ବରୁଣଙ୍କ ସେହି ଓଭରରୁ ୨୦ ରନ୍‌ ଆଦାୟ କରିଥିଲେ ଦିଲ୍ଲୀ ବ୍ୟାଟ୍‌ସମ୍ୟାନ୍‌। କାର୍ତିକଙ୍କୁ ଗମ୍ଭୀରଙ୍କ ପରାମର୍ଶ ହେଲା ତୁମର ଶ୍ରେଷ୍ଠ ବୋଲର ସର୍ବଦା ୧୮, ୧୯ ଓ ୨୦ତମ ଓଭର ବୋଲିଂ କରିବା କଥା। ହେଲେ ଦୁର୍ଭାଗ୍ୟବଶତଃ କାର୍ତିକ ଏଭଳି କରିନଥିଲେ। ସ୍ପିନରଙ୍କୁ ବୋଲିଂ ଦେବାକୁ ଚିନ୍ତା କରିଥିଲେ ନରିନ୍‌ ହିଁ ଶ୍ରେଷ୍ଠ ବିକଳ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe