ଗମ୍ଭୀର-କୋହଲିଙ୍କ କଳିରେ ପୂର୍ଣ୍ଣଛେଦ

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବ୍ୟାଟିଂ ତାରକା ବିରାଟ କୋହଲିଙ୍କ ଭିତରେ ଏକାଧିକ ସମୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ଆଇପିଏଲ୍‌ରେ ଗମ୍ଭୀର ଓ କୋହଲି ପରସ୍ପରକୁ ଆଲିଙ୍ଗନ...

dgjdgjdgjgjy

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବ୍ୟାଟିଂ ତାରକା ବିରାଟ କୋହଲିଙ୍କ ଭିତରେ ଏକାଧିକ ସମୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ଆଇପିଏଲ୍‌ରେ ଗମ୍ଭୀର ଓ କୋହଲି ପରସ୍ପରକୁ ଆଲିଙ୍ଗନ କରିଥିଲା ବେଳେ ଭଲ କଥାବାର୍ତ୍ତା କରିଥିଲେ। ଗମ୍ଭୀର ଜାତୀୟ ଦଳର ପ୍ରଶିକ୍ଷକ ହେବା ପରଠୁ ଉଭୟଙ୍କ ସଂପର୍କ କିପରି ରହିବ ବୋଲି ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥାଏ।

ହେଲେ ଏଥର ଉଭୟ ଗମ୍ଭୀର ଓ କୋହଲି ଏହି ଚର୍ଚ୍ଚା ଉପରେ ଔପଚାରିକ ପୂର୍ଣ୍ଣଛେଦ ପକାଇଛନ୍ତି। ବିସିସିଆଇ ଜାରି କରିଥିବା ଏକ ସାକ୍ଷାତକାର ଭିଡିଓରେ ଗମ୍ଭୀରଙ୍କ ସହ କୋହଲି ଆଲୋଚନା କରୁଥିବା ବେଳେ ଉଭୟ ଏହି ଚର୍ଚ୍ଚାଠୁ ବହୁ ଦୂରକୁ ଚାଲିଆସିଛନ୍ତି ଓ ସମସ୍ତ ପ୍ରକାରର ମସାଲା ଉପରେ ଏବେ ପୂର୍ଣ୍ଣଛେଦ ପକାଇଥିବା କହିଛନ୍ତି। ଏହି ଭିଡିଓରେ ଗମ୍ଭୀରଙ୍କୁ କୋହଲି ପଚାରିଥିଲେ, ଯେତେବେଳେ ତୁମେ ବ୍ୟାଟିଂ କରୁଥାଅ, ସେତେବେଳେ ବିପକ୍ଷ ଖେଳାଳିଙ୍କ ସହିତ କିଛି କଥାବାର୍ତ୍ତା କରିବା ପରେ ତୁମେ କ’ଣ ତୁମ ଜୋନ୍‌ରୁ ବାହାରକୁ ଚାଲିଯାଇ ଆଉଟ୍‌ ହୋଇଯାଅ ନା ଭଲ ଖେଳିବାକୁ ଏହା ଅଧିକ ଉତ୍ସାହିତ କରିଥାଏ? ଏହାର ଜବାବ୍‌ରେ ଗମ୍ଭୀର ହସିବା ସହ ଏଭଳି ଘଟଣା ତାଙ୍କ ଅପେକ୍ଷା କୋହଲିଙ୍କ ସହ ଅଧିକ ଥର ଘଟିଛି। ତେଣୁ କୋହଲି ହିଁ ଏହାର ଉତ୍ତର ଦେଇପାରିବେ ବୋଲି କହିଛନ୍ତି। ପରେ ଆମେ ବିବାଦଠୁ ବହୁ ଦୂରକୁ ଆସିଯାଇଥିବା ଉଭୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe