ଇଂଲଣ୍ଡ ଗସ୍ତ ଲାଗି ଗମ୍ଭୀରଙ୍କ ସ୍ବତନ୍ତ୍ର ଯୋଜନା

Advertisment

ଚାମ୍ପିଅନ୍ସ ଟ୍ରଫି ଜିତିବାର ବହୁପ୍ରତୀକ୍ଷିତ ଲକ୍ଷ୍ୟ ପୂରଣ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ପ୍ରଶିକ୍ଷକ ଗୌତମ ଗମ୍ଭୀର ଜୁନ୍ ମାସରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ ଉପରେ ନଜର ପକାଇଛନ୍ତି।

ଚାମ୍ପିଅନ୍ସ ଟ୍ରଫି ଜିତିବାର ବହୁପ୍ରତୀକ୍ଷିତ ଲକ୍ଷ୍ୟ ପୂରଣ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ପ୍ରଶିକ୍ଷକ ଗୌତମ ଗମ୍ଭୀର ଜୁନ୍ ମାସରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ ଉପରେ ନଜର ପକାଇଛନ୍ତି।

 Khel Now

Khel Now

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଜିତିବାର ବହୁପ୍ରତୀକ୍ଷିତ ଲକ୍ଷ୍ୟ ପୂରଣ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ପ୍ରଶିକ୍ଷକ ଗୌତମ ଗମ୍ଭୀର ଜୁନ୍ ମାସରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ ଉପରେ ନଜର ପକାଇଛନ୍ତି। ଏହି ଗସ୍ତରେ ଭାରତ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ଅଛି। ଏଣୁ ଆଗୁଆ ଇଂଲଣ୍ଡ ଯାଇ ସେଠାକାର ପାଣିପାଗ, ପିଚ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାକୁ ଆକଳନ କରିବା ସହ ଭାରତୀୟ ଦଳର ସଂରକ୍ଷିତ ଖେଳାଳିଙ୍କ ଦକ୍ଷତାକୁ ଆକଳନ କରିବା ଲାଗି ଗମ୍ଭୀର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ସେ ଭାରତୀୟ ‘ଏ’ ଦଳର ଇଂଲଣ୍ଡ ଗସ୍ତକୁ ବାଛିଛନ୍ତି। ଭାରତୀୟ ଦଳ ଇଂଲଣ୍ଡ ଯିବାର ଠିକ୍ ପୂର୍ବରୁ ଭାରତୀୟ ‘ଏ’ ଦଳ ସେଠାରେ ଶୃଙ୍ଖଳା ଖେଳିବାର ଅଛି। ଏଣୁ ଗମ୍ଭୀର ନିଜେ ‘ଏ’ ଦଳ ସହ ଇଂଲଣ୍ଡ ଯିବାକୁ ଯୋଜନା କରିଛନ୍ତି। 

ଏଥିନେଇ ବିସିସିଆଇର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛନ୍ତି ସେ। ଗମ୍ଭୀର ଯଦି ‘ଏ’ ଦଳ ସହ ଇଂଲଣ୍ଡ ଗସ୍ତ କରନ୍ତି, ତାହେଲେ ଭାରତୀୟ କ୍ରିକେଟ୍‌ରେ ଏଭଳି ଘଟଣା ପ୍ରଥମ ଥର ଘଟିବ। କନିଷ୍ଠ ଦଳ ସହ ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ପ୍ରଥମ ଥର ଲାଗି କୌଣସି ଦେଶକୁ ଯିବେ। ତେବେ ଗମ୍ଭୀର ପ୍ରଶିକ୍ଷକ ନା କେବଳ ପର୍ଯ୍ୟବେକ୍ଷକ ଭାବେ ଇଂଲଣ୍ଡ ଗସ୍ତ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର୍ ଶୃଙ୍ଖଳା ହାରିବା ପରେ ଗମ୍ଭୀରଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ‘ଏ’ ଦଳ ବିଦେଶ ଗସ୍ତକୁ ପୁନର୍ଜ୍ୟବୀତ କରିବାକୁ ଆଗ୍ରହୀ ଅଛନ୍ତି। ଏହା ଫଳରେ ସୀମିତ ଓଭର ଭଳି ଟେଷ୍ଟ୍‌ କ୍ରିକେଟ୍‌ରେ ମଧ୍ୟ ଭାରତ ପାଖରେ ଏକାସାଙ୍ଗରେ ଅନ୍ୟୂନ ୨୦ଜଣ ବିଶେଷଜ୍ଞ ଖେଳାଳି ଉପଲବ୍ଧ ହୋଇପାରିବେ ବୋଲି ତିନିଜଣ ଯାକ ହୃଦୟଙ୍ଗମ କରିଛନ୍ତି। ସେହିଭଳି ବରିଷ୍ଠ ଦଳର କେତେକ ଯୁବ ଖେଳାଳିଙ୍କୁ ‘ଏ’ ଦଳ ସହ ଇଂଲଣ୍ଡ ଯିବାକୁ ମଧ୍ୟ କୁହାଯାଇପାରେ ବୋଲି ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe