ଦୁର୍ବଳଙ୍କ ପାଇଁ ଆଇପିଏଲରେ କୌଣସି ସ୍ଥାନ ନାହିଁ’ : ଲକ୍ଷ୍ନୌ  ଖେଳାଳିଙ୍କ ଉପରେ ରାଗ ଝାଡ଼ିଲେ ଗୌତମ ଗମ୍ଭୀର

Advertisment
ଦୁର୍ବଳଙ୍କ ପାଇଁ ଆଇପିଏଲରେ କୌଣସି ସ୍ଥାନ ନାହିଁ’ : ଲକ୍ଷ୍ନୌ  ଖେଳାଳିଙ୍କ ଉପରେ ରାଗ ଝାଡ଼ିଲେ ଗୌତମ ଗମ୍ଭୀର

ମୁମ୍ବାଇ : ମଙ୍ଗଳବାରଦିନ ଆଇପିଏଲର ଏକ ମ୍ୟାଚରେ  ଲକ୍ଷ୍ନୌ ସୁପରଜାୟାଣ୍ଟସ ଗୁଜୁରାଟ ଟାଇଟନଠାରୁ ଶୋଚନୀୟ ଭାବେ ୬୨ରନ ରେ ପରାସ୍ତ ହେବା ପରେ ଟିମ ମେଣ୍ଟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ଗୌତମ ଗମ୍ଭୀର ନିଜ ଦଳର ଖେଳାଳିମାନଙ୍କ ଉପରେ ରାଗ ଝାଡ଼ିଛନ୍ତି । ଡ୍ରେସିଂ ରୁମରେ ଲକ୍ଷ୍ନୌ ଖେଳାଳିମାନଙ୍କ ଉପରେ ଗୌତମ ବିରକ୍ତ ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ଗୌତମ କହୁଥିବା ଦେଖାଯାଉଛି ଯେ, ମ୍ୟାଚରେ ହାରିବାଟା ଖରାପ କଥା ନୁହେଁ, କିନ୍ତୁ ନିରାଶ ହୋଇ ଉଦ୍ୟମ ନ କରିବା ସବୁଠାରୁ ଖରାପ କଥା । ଆମେ ଜିତିବା ଆଶା ଛାଡ଼ିଦେଇଥିଲୁ । ଦୁର୍ବଳଙ୍କ ପାଇଁ ଆଇପିଏଲରେ କୌଣସି ସ୍ଥାନ ନାହିଁ । ଟିମ କେଉଁ କେଉଁ ବିଭାଗରେ ଖରାପ ପ୍ରଦର୍ଶନ କଲା ସେ ସମ୍ପର୍କରେ ସେ କହିଥିଲେ । ସେ ଏହା କହୁଥିବାବେଳେ ତାଙ୍କ ପଛରେ ଟିମର ମୁଖ୍ୟ କୋଚ୍ ଆଣ୍ଡି ଫ୍ଲାଓ୍ବାର ଛିଡ଼ା ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୪୪ରନ କରିଥିବାବେଳେ ଲକ୍ଷ୍ନୌ ବିଜୟ ପାଇଁ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଲକ୍ଷ୍ନୌ ମାତ୍ର ୮୨ ରନ କରି ଅଲଆଉଟ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe