ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟକୁ ମନେପକାଇଲେ ଗାଙ୍ଗୁଲି : ଇଡେନ୍‌ଗାର୍ଡେନ୍ସରେ ଫଲୋଅନ୍‌ ପରେ ବି ଜିତିଥିଲା ଭାରତ

Advertisment
ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟକୁ ମନେପକାଇଲେ ଗାଙ୍ଗୁଲି : ଇଡେନ୍‌ଗାର୍ଡେନ୍ସରେ ଫଲୋଅନ୍‌ ପରେ ବି ଜିତିଥିଲା ଭାରତ

ନୂଆଦିଲ୍ଲୀ : ୨୦୦୧ରେ ଇଡେନ୍‌ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ଓ ଐତିହାସିକ ଟେଷ୍ଟ୍‌ ବିଜୟ ଘଟଣାକୁ ମନେପକାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସେ ତାଙ୍କ ଟ୍ବିଟର୍‌ ପୃଷ୍ଠାରେ ଡ୍ରେସିଂ ରୁମ୍‌ର ଉତ୍ସବ ମନାଉଥିବା ଏକ ଫଟୋ ସେୟାର କରି ଭାରତ କିପରି ଭାବେ ଫଲୋ ଅନ୍‌ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନ୍‌ର ବିଜୟ ହାସଲ କରି ଇତିହାସ ରଚିଥିଲା, ତାକୁ ସ୍ମରଣ କରିଛନ୍ତି। ଏଭଳି ବିଜୟ ହାସଲ କରିବାରେ ଭାରତ ବିଶ୍ବର ତୃତୀୟ ଦଳ ହୋଇପାରିଥିବା ମଧ୍ୟ ଗାଙ୍ଗୁଲି ଫଟୋ ତଳେ ବିବରଣୀ ଦେଇଥିଲେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଷ୍ଟିଭ୍‌ ୱ'ଙ୍କ ଶତକ ବଳରେ ୪୪୫ ରନ୍‌ ସଂଗ୍ରହ କରିଥିଲା। ହେଲେ ଭାରତୀୟ ସ୍ପିନର ହରଭଜନ ସିଂହ ଏହି ପାଳିରେ ୭ ୱିକେଟ୍‌ ନେଇ ଆକର୍ଷଣ‌ର କେନ୍ଦ୍ର ପାଲଟିଥିଲେ। ହରଭଜନଙ୍କ ଏହି ଆକର୍ଷଣୀୟ ବୋଲିଂ ମଧ୍ୟରେ ଚମତ୍କାର ହ୍ୟାଟ୍ରିକ ୱିକେଟ୍‌ ମଧ୍ୟ ସାମିଲ ଥିଲା। ପ୍ରଥମ ପାଳିରେ ଭାରତ ୧୭୧ ରନ୍‌ରେ ସୀମିତ ରହିଥିଲାବେଳେ ଫଲୋଅନ ହୋଇଥିଲା। ଦ୍ବିତୀୟ ପାଳିରେ ଭାରତୀୟ ଖେଳାଳିମାନେ ରକ୍ଷଣାତ୍ମକ ଖେଳିଥିଲେ। ୧୧୫ ରନ୍‌ରେ ପ୍ରଥମ ୩ ୱିକେଟ୍‌ ଚାଲିଯାଇଥିଲାବେଳେ ୨୩୨ ରନ୍‌ ହୋଇଥିଲାବେଳେ ସୌରଭ ୬୭ତମ ଓଭରରେ ଚତୁର୍ଥ ୱିକେଟ୍‌ ଭାବେ ଆଉଟ ହୋଇଥିଲେ। ଏହାପରେ କ୍ରିଜ୍‌ରେ ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ରାହୁଲ ଦ୍ରାବିଡ଼ ଯୋଗଦେଇଥିଲେ। ଉଭୟଙ୍କ ମଧ୍ୟରେ ୩୭୬ରନ୍‌ର ଭାଗୀଦାରି ହୋଇଥିଲାବେଳେ ଭାରତ ଦୃଢ ସ୍ଥିତିରେ ପହଞ୍ଚିଥିଲା। ଭିଭିଏସଙ୍କ ଭେରିଭେରି ସ୍ପେଶିଆଲ ପାଳି ପାଇଁ ଅଷ୍ଟ୍ରେଲିଆକୁ ଭାରତ ଅଡ଼ୁଆରେ ପକାଇଥିଲା। ଯାହାଫଳରେ ପରବର୍ତ୍ତୀ ୧୦୪ ଓଭର ଅଷ୍ଟ୍ରେଲିଆ ପାଇଁ ଦୁଃସ୍ବପ୍ନ ହୋଇଯାଇଥିଲା। ଦ୍ରାବିଡ଼ ୧୮୦ ଓ ଲକ୍ଷ୍ମଣ ୨୮୧ ରନ୍‌ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ଭ୍ରମଣକାରୀ ଦଳ ମାତ୍ର ୨୧୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବାରୁ ଭାରତ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଏହି ପାଳିରେ ହରଭଜନ ୬ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe